Latest Odisha News

BREAKING NEWS

ହସ୍ପିଟାଲରେ ଭର୍ତ୍ତି ହେଲେ ବିଶିଷ୍ଟ କବି ଜୟନ୍ତ ମହାପାତ୍ର

କଟକ: କରୋନାରେ ସଂକ୍ରମିତ ହେବା ପରେ ବିଶିଷ୍ଟ ଇଂରାଜୀ କବି ଜୟନ୍ତ ମହାପାତ୍ରଙ୍କୁ କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁସାରେ,ଏହି ୯୦ ବର୍ଷୀୟ କବି ଗତ କିଛି ଦିନ ହେବ ଜ୍ୱରରେ ପୀଡିତ ଥିଲା ବେଳେ ତାଙ୍କର କୋଭିଡ ଟେଷ୍ଟ ପଜିଟିଭ୍ ବାହାରିଥିଲା।

ଏନେଇ ଏସସିବି ସୁପରିଟେଣ୍ଡେଣ୍ଟ ଲୁସି ଦାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଶ୍ରୀ ମହାପାତ୍ରଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ତାଙ୍କୁ ଅକ୍ସିଜେନ ସପୋର୍ଟ ଯୋଗାଇ ଦିଆଯାଇଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର ଅକ୍ସିଜେନ ସ୍ତର ୯୬-୯୭ ରହିଛି।

Comments are closed.