Latest Odisha News

BREAKING NEWS

ପରଲୋକରେ ଫୁଟବଲ୍ କୋଚ୍ ନନ୍ଦକିଶୋର ପଟ୍ଟନାୟକ, କରୋନାରେ ଆଖି ବୁଜିଲେ

ଭୁବନେଶ୍ୱର: ଆଉ ନାହାନ୍ତି ଓଡ଼ିଶାର ଜଣାଶୁଣା ଫୁଟବଲ୍ କୋଚ୍ ନନ୍ଦକିଶୋର ପଟ୍ଟନାୟକ । କରୋନା ସଂକ୍ରମିତ ହୋଇ ସେ ପ୍ରାଣତ୍ୟାଗ କରିଛନ୍ତି । ଭୋର୍ ୩ଟା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ନନ୍ଦକିଶୋର ପଟ୍ଟନାୟକ । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ କ୍ରୀଡ଼ି ଦୁନିଆରେ ଶୋକର ଛାୟା ଖେଳି ଯାଇଛି ।

ନିକଟରେ କରୋନା ସଂକ୍ରମିତ ହୋଇଥିଲେ ନନ୍ଦକିଶୋର ପଟ୍ଟନାୟକ । ଏହାପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ୧୯୫୬ ମସିହା ର୍ଚ୍ଚ ୧୬ ତାରିଖରେ ବାରିପଦାରେ ଜନ୍ମଗ୍ରହଣ କରିଥିଲେ ନନ୍ଦକିଶୋର ପଟ୍ଟନାୟକ ।
ଜୁନିଅର୍ ଫୁଟବଲ ଚାମ୍ପିଅନସିପରେ ୧୯୭୭ ଓ ୧୮୭୮ରେ ଓଡ଼ିଶାରୁ ସେ ପ୍ରତିନିଧିତ୍ୱ କରିଥିଲେ । ୧୯୯୨-୯୩ ଭିତରେ ସେ ଫୁଟବଲ କୋଚିଂରେ ପାଦ ଥାପିଥିଲେ । ୧୯୯୫ରୁ ମହିଳା ଫୁଟବଲ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ ନନ୍ଦକିଶୋର ପଟ୍ଟନାୟକ । ସେ ଓଡ଼ିଶା ମହିଳା ଫୁଟବଲ୍ ଟିମର କୋଚ୍ ଥିଲେ ।

ଅନ୍ତର୍ଜାତୀୟ ମହିଳା ଫୁଟବଲ ଖେଳାଳି ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ରଞ୍ଜିତା ମହାନ୍ତି, ପ୍ରଶାନ୍ତି ପ୍ରଧାନ, ସୁଦୀପ୍ତା ଦାଶ, ସରିତା ଜୟନ୍ତୀ ବେହେରା, ମାମାଲି ଦାସ ଓ ପ୍ରଥମା ପ୍ରିୟଦର୍ଶିନୀଙ୍କ ଭଳି ଖେଳାଙ୍କୁ ତିଆରି କରିଥିଲେ ନନ୍ଦକିଶୋର ପଟ୍ଟନାୟକ । ରାଜ୍ୟରୁ କିଭଳି ଅଧିକରୁ ଅଧିକ ଫୁଲବଲ୍ ଖେଳାଳି ବାହାରିବେ ସେଦିଗରେ ସବୁବେଳେ ଉଦ୍ୟମ ଜାରି ରଖିଥିଲେ । ତାଙ୍କ ବିୟୋଗ ଓଡ଼ିଷା କ୍ରୀଡ଼ା ଦୁନିଆ ପାଇଁ ଏକ ଅପୁରଣୀୟ କ୍ଷତି ।

Leave A Reply

Your email address will not be published.