Latest Odisha News

BREAKING NEWS

ଓଡ଼ିଶାରୁ ୨୪ ଘଣ୍ଟାରେ ୮୭୩୫ ପଜିଟିଭ୍, ୭ ଜିଲ୍ଲାରେ ଶହେରୁ କମ୍ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । ଏବେ ୯ ହଜାର ତଳେ ରହିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮ହଜାର ୭୩୫ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୪ହଜାର ୮୯୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩ହଜାର ୮୪୩ । ଖୋର୍ଦ୍ଧାରୁ ସର୍ବାଧିକ ୧୨ଶହ ୨୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

BjdElectrycity

କଟକରୁ ୬୭୩, ବାଲେଶ୍ୱରରୁ ୫୬୬, ଯାଜପୁରରୁ ବାହାରିଛନ୍ତି ୫୦୭ ଆକ୍ରାନ୍ତ । ଢେଙ୍କାନାଳରେ ଅଚାନକ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଆଜି ୫୦୩କୁ ବୃଦ୍ଧି ପାଇଛି । ପୁରୀରୁ ୪୬୭ ଓ ଅନୁଗୋଳରୁ ଚିହ୍ନଟ ହୋଇଛନ୍ତି ଆଉ ୪୫୬ ସଂକ୍ରମିତ । ଅନୁଗୋଳରେ ଆଜି ଟିକେ କମିଛି ।

ବାକି ସବୁ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ଭିତରେ ରହିଛି । ୭ଟି ଜିଲ୍ଲା ବଲାଙ୍ଗିର, ଦେବଗଡ଼, ଗଜପତି, କନ୍ଧମାଳ, ମାଲକାନଗିରି, ନୂଆପଡ଼ା ଓ ରାୟଗଡ଼ାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୭ଲକ୍ଷ ୭୩ହଜାର ୭୩୨କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୬ଲକ୍ଷ ୮୦ହଜାର ୯୩୨ । ଏବେ ରାଜ୍ୟରେ ୮୯ହଜାର ୯୫୬ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.