Latest Odisha News

BREAKING NEWS

ପରଲୋକରେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ

ଭୁବନେଶ୍ବର : ପ୍ରଖ୍ୟାତ ସାହିତ୍ୟିକ ପଦ୍ମଭୂଷଣ ମନୋଜ ଦାସଙ୍କ ପରଲୋକ । ୮୭ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ପଣ୍ଡିଚେରୀର ଆଶ୍ରମ ହସପିଟାଲରେ ସେ ଚିକିତ୍ସାଧୀନ ଥିଲେ । କିନ୍ତୁ ଆଜି ତାଙ୍କର ବିୟୋଗ ହୋଇଛି । ତାଙ୍କ ବିୟୋଗରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି । ବାଲେଶ୍ବର ଭୋଗରାଇ ବ୍ଲକ ଶଙ୍ଖାରୀ ଗାଁରେ ୧୯୩୪ ମସିହା ଫେବ୍ରୁଆରୀ ୨୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ମନୋଜ ଦାସ ।

୧୯୬୩ ମସିହାରୁ ପଣ୍ଡିଚେରୀର ଶ୍ରୀ ଅରବିନ୍ଦ ଆଶ୍ରମରେ ଅବସ୍ଥାନ କରୁଥିଲେ ମନୋଜ ଦାସ । ୨୦୦୧ରେ ପଦ୍ମଶ୍ରୀ ସମମ୍ମାନରେସେ ସମ୍ମାନୀ ହୋଇଥିଲେ । ସେ ୧୯୪୯ ମସିହାରେ ପ୍ରଥମ କବିତା ଶତାଦ୍ଧିର ଆର୍ତ୍ତନାଦ ଲେଖିଥିଲେ । ମନୋଜ ଦାସଙ୍କ ଲେଖନୀରେ ସ୍ଥାନ ପାଇଥିବା ଅନ୍ୟ ପୁସ୍ତକ ହେଲା ଅମୃତଫଳ, କଥା ଓ କାହାଣୀ, ଶେଷ ବସନ୍ତର ଚିଠି, ଧୂମାଭ, ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ, ଶେଷ ତାନ୍ତ୍ରିକର ସନ୍ଧାନରେ, ଆକାଶର ଇସାରା, ଗୋଧୂଳିର ବାଘ ଅନ୍ୟତମ । ସେ ପଦ୍ମଶ୍ରୀ, ପଦ୍ମଭୂଷଣ, ସରସ୍ବତୀ ସମ୍ମାନ, ସାରଳା ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।

ବାଲେଶ୍ୱରରେ ଅଧ୍ୟୟନ କରୁଥିବା ସମୟରେ ତାଙ୍କର ପ୍ରଥମ ଗ୍ରନ୍ଥ ସଂକଳନ ‘ସମୁଦ୍ରର କ୍ଷୁଧା’ ପ୍ରକାଶ ପାଇଥିଲା। ସେହି ସମୟରେ ସେ ‘ଦିଗନ୍ତ’ ପତ୍ରିକା ସମ୍ପାଦନା ଆରମ୍ଭ କରିଥିଲେ। ପରେ ମନୋଜ ଦାସ ବାମପନ୍ଥୀ ଆନ୍ଦୋଳନରେ ଯୋଗ ଦେଇଥିଲେ। ୧୯୫୫ ମସିହାରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରି କଟକରେ ଆଇନ୍‌ ବିଭାଗରେ ଅଧ୍ୟୟନ କରିଥିଲେ। ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀ ସ୍ନାତକୋତ୍ତର ଅଧ୍ୟୟନ ପରେ ୧୯୫୯ ମସିହାରେ ଖ୍ରୀଷ୍ଟ ମହବିଦ୍ୟାଳୟରେ ଅଧ୍ୟାପନା କରିଥିଲେ।

ପ୍ରଖ୍ୟାତ ସାହିତିକ ମନୋଜ ଦାସଙ୍କ ବିୟୋଗରେ ଓଡ଼ିଶାର ରାଜ୍ୟପାଳ ପ୍ରେଫସର ଗଣେଶୀ ଲାଲଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

 

Leave A Reply

Your email address will not be published.