Latest Odisha News

BREAKING NEWS

ରାଜ୍ୟରେ ଯଥେଷ୍ଟ ପରିମାଣରେ ଉପଲବ୍ଧ ଅଛି ରେମଡେସିଭିର ଓ ଫାଭିପିରାଭିର: ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିବା ବେଳେ ଏବେ ଯଥେଷ୍ଟ ପରିମାଣର ଔଷଧ ମହଜୁଦ୍ ରହିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ରାଜ୍ୟରେ ବର୍ତ୍ତମାନ ଯଥେଷ୍ଟ ରେମଡେସିଭିର ଇଞ୍ଜେକ୍ସନ୍ ଏବଂ ଫାଭିପିରାଭିର ଟାବଲେଟ୍ ରାଜ୍ୟ ଔଷଧ ନିଗମ ନିକଟରେ ଉପଲବ୍ଧ ଅଛି । ଆବଶ୍ୟକସ୍ଥଳେ ଘରୋଇ ଡାକ୍ତରଖାନାମାନଙ୍କୁ ରାଜ୍ୟ ଔଷଧ ନିଗମ ଦ୍ୱାରା ଏହି ଔଷଧ ଗୁଡ଼ିକ ଗୁରୁତର ରୋଗୀମାନଙ୍କ ନିମନ୍ତେ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି ।

ବଜାରରେ ରେମଡେସିଭିର ଇଞ୍ଜେକ୍ସନର ଉପଲବ୍ଧତା କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି । କେନ୍ଦ୍ର ସରକାର ରାଜ୍ୟର ବ୍ୟବହାର ନିମନ୍ତେ ଏପ୍ରିଲ ୨୧ରୁ ୩୦ ଏପ୍ରିଲ୍ ଯାଏ ୨୧ ହଜାର ସଂଖ୍ୟକ ରେମଡେସିଭିର ଇଞ୍ଜେକ୍ସନ୍ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ରାଜ୍ୟ ସରକାର ଏହାର ସୁପରିଚାଳନା ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରୁଛନ୍ତି ।

Leave A Reply

Your email address will not be published.