Latest Odisha News

BREAKING NEWS

ଭିଡିଓ କନଫରେନ୍ସିଂ ଜରିଆରେ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ, ଅକ୍ସିଜେନ୍ ଯୋଗାଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର: କରୋନା ସଂକ୍ରମଣ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନଙ୍କ ସହ କଥା ହୋଇଛନ୍ତି । ମହାମାରୀ କରୋନାକୁ ନେଇ ଦେଶରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ଏକାଧିକ ରାଜ୍ୟ ଓ ମହାନଗର ଗୁଡ଼ିକରେ ସଂକ୍ରମଣ ଅଣାୟତ୍ତ ହୋଇପଡ଼ିଛି । ରାଜ୍ୟରେ କୋଭିଡ୍ ସ୍ଥିତିର ମୁକାବିଲା ପାଇଁ ଆମକୁ ସତର୍କତାମୂଳକ ପଦକ୍ଷେପ ନେବାକୁ ପଡ଼ିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Odisha CM Naveen Stresses On Timely Supply Of Oxygen, Medicines

ରାଜ୍ୟରେ ସଂକ୍ରମଣ ମାତ୍ରା ବଢ଼ିଥିବା ବେଳେ ଆମେ ପରିଚାଳନା ପାଇଁ ସକ୍ଷମ ହୋଇଛୁ । ତେବେ କିଛି ଜିଲ୍ଲାରେ ବଢ଼ିଥିବା ସଂକ୍ରମଣ ଚିନ୍ତାର କାରଣ ପାଲଟିଛି । ଭାଇରସ୍ ଏବେ ଡବଲ ମ୍ୟୁଟାଣ୍ଟରୁ ରୂପ ବଦଳାଇ ତ୍ରିପଲ୍ ମ୍ୟୁଟାଣ୍ଟ ଷ୍ଟ୍ରେନରେ ପରିଣତ ହୋଇଛି । ଯାହାର ଶିକାର ହେଉଛନ୍ତି ଯୁବଗୋଷ୍ଠୀ । ସଂକ୍ରମଣର ବେଗକୁ ଦେଖି ଖରାପ ପରିସ୍ଥିତିକୁ ସାମ୍ନା କରିବାକୁ ଆମେ ପ୍ରସ୍ତୁତ ରହି ବିପର୍ଯ୍ୟୟକୁ ମୁକାବିଲା କରିହେବ ବୋଲି କହିଛନ୍ତି ନବୀନ । ବାସ୍ତବ ସ୍ଥିତି ଦେଖି ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ଏସପିମାନଙ୍କୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି ।

ପର୍ଯ୍ୟବେକ୍ଷକମାନେ ସଂକ୍ରମଣ ଉପରେ ତୀକ୍ଷଣ ଦୃଷ୍ଟି ଦିଅନ୍ତୁ । ଯେଉଁଠି ଅଭାବ ଦୃଶ୍ୟମାନ ହେଉଛି ସେଠି ତୁରନ୍ତ ପଦକ୍ଷେପ ନିଆଯାଉ । ମୁଖ୍ୟ ଶାସନ ସଚିବ ଏହାକୁ ମନିଟର କରି ଆଗାମୀ ବୈଠକରେ ତଥ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ସଂକ୍ରମଣକୁ ଦେଖି କିଛି ସ୍ଥାନରେ ମାର୍କେଟ ଗୁଡ଼ିକ ସ୍ୱତଃପ୍ରବୃତ ଭାବେ ବନ୍ଦ ନିଷ୍ପତ୍ତି ନେଉଛନ୍ତି । ଏହାଦ୍ୱାରା ଗୋଷ୍ଠୀସ୍ତରରେ ସଚେତନତା ସୃଷ୍ଟି ହେଉଥିବାକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଏଭଳି ମିଳିମିଶି କାମ କରିବା କୋଭିଡ୍ ବିରୋଧୀ ଯୁଦ୍ଧକୁ ବଳ ଦେବ । ଏଥିସହ ରାଜ୍ୟରେ ଅକ୍ସିଜେନ୍ ପରିବହନ ଯୋଜନା ସହ ଆକ୍ରାନ୍ତଙ୍କୁ ସମୟରେ ଅକ୍ସିଜେନ୍ ଦେବା ଉପରେ ନବୀନ ଗୁରୁତ୍ୱ ଦେଇଛନ୍ତି । ଏଥିସହ ଆକ୍ରାନ୍ତଙ୍କ ଲାଗି ଔଷଧ ଉପଲବ୍ଧ ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Odisha CM Naveen Stresses On Timely Supply Of Oxygen, Medicines

କୋଭିଡର ଦ୍ୱିତୀୟ ପ୍ରବାହ ଆମକୁ ଲମ୍ବା ବା ଦୀର୍ଘ ସମୟ ଯାଏ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଛି । ଏଥିସହ ମୁହଁରେ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତା ରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଏଥିସହ ଆଗଧାଡ଼ିର ଯୋଦ୍ଧାଙ୍କ ଉପରେ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.