Latest Odisha News

BREAKING NEWS

ଗ୍ୟାରେଣ୍ଟର ପଡିବା ମହଙ୍ଗା ପଡିଲା

ବାଲେଶ୍ୱର: କୁହାଯାଏ କାହା ପାଇଁ ମାନି ପଡିବନି। ଆଉ ଯଦି ମାନି ପଡୁଛ ଭବିଷ୍ୟତରେ ହଇରାଣ ହେବାର ସମ୍ଭାବନା ରହିଛି। ସେମିତି ଏକ ଘଟଣା ଏବେ ଚର୍ଚ୍ଚାରେ। ଜଣେ ବ୍ୟକ୍ତି ଅନ୍ୟଜଣଙ୍କ ପାଇଁ ମାନି ପଡି ସର୍ବସ୍ୱାନ୍ତ ହେବାକୁ ପଡିଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବେଣୁଦା ଗାଁର ଯାଦବେନ୍ଦ୍ର ପ୍ରଧାନ ଶିଳ୍ପପତି ହେବା ପାଇଁ ବାଲେଶ୍ୱର କାନାଡା ବ୍ୟାଙ୍କରୁ ଋଣ ମଞ୍ଜୁର ପାଇଁ ଚିନ୍ତା କରିଥିଲେ। ଗ୍ୟାରେଣ୍ଟର ଦରକାର ହେବାରୁ ସେ ଖରିଦଚକ ଗାଁର ପ୍ରଭୁରାମ ଦେଙ୍କୁ ସାହାଯ୍ୟ ମାଗିଥିଲେ।

ପ୍ରଭୁରାମଙ୍କ ଶ୍ୱଶୁର ଯୋଗେନ୍ଦ୍ର ନାଥ ପାଳଙ୍କ ଜରିଆରେ ୧୨ ଡିସିମିଲ ଘରବାଡିକୁ ବନ୍ଧା ପକାଇ ସେ ଋଣ କରିଥିଲେ। ଋଣ ନେବା ପରେ ଯାଦବେନ୍ଦ୍ର ପ୍ରଧାନ ଆଉ ଟଙ୍କା ବ୍ୟାଙ୍କକୁ ଦେଇପାରିନଥିଲେ। ଏହାପରେ ବ୍ୟାଙ୍କ ପ୍ରଭୁରାମଙ୍କୁ ବକେୟା ଥିବା ୪୯ ଲକ୍ଷ ୫୩ ହଜାର ୩୬୦ ଟଙ୍କା ଦେବାକୁ କହିଥିଲା। ହେଲେ ପ୍ରଭୁରାମ ସେହି ଟଙ୍କା ଦେଇନପାରିବାରୁ ଘରବାରି ନିଲାମ ପାଇଁ ନୋଟିସ ହୋଇଛି। ଏହି ଘଟଣାରେ ପ୍ରଭୁରାମଙ୍କ ସ୍ତ୍ରୀ କମର୍ଦ୍ଦା ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ଲାଭ ହୋଇନି।

ସ୍ତ୍ରୀଙ୍କ କହିବାନୁସାରେ ମୋ ସ୍ୱାମୀଙ୍କୁ ମିଛରେ କହି ଯୋଗେନ୍ଦ୍ର ନାଥ ପାଳ ଜମି କାଗଜପତ୍ର ଶାଶୁଙ୍କଠାରୁ ନେଇଥିଲେ। ଆଉ ଘରଡିହ ବନ୍ଧକ ପକାଇ ଥିଲେ। ଏବେ ବ୍ୟାଙ୍କ ଘରଡିହ ନିଲାମ କଲେ ପୁରା ୧୨ଜଣ ପରିବାର ବାସହୀନ ହୋଇ ଦାଣ୍ଡରେ ରହିବେ। ତେବେ ବିଶ୍ୱାସରେ ବିଷ ଦେଇ ଯାଦବେନ୍ଦ୍ର ପ୍ରଧାନ ପଳାଇଛନ୍ତି। ଆଉ ଗ୍ୟାରେଣ୍ଟି ପଡିଥିବା ପ୍ରଭୁରାମଙ୍କ ପରିବାର ଚିନ୍ତାରେ ରହିଛନ୍ତି। ଯଦି ଯାଦବେନ୍ଦ୍ର ପ୍ରଧାନ ଟଙ୍କା ପରିଶୋଧ ନକରନ୍ତି ତେବେ ପୁରା ପରିବାର ଯୋଗେନ୍ଦ୍ର ନାଥ ପାଳଙ୍କ ଘର ଆଗରେ ଧାରଣା ଦେବେ ବୋଲି କହିଛନ୍ତି। ଯୋଗେନ୍ଦ୍ରଙ୍କ କଥା ଅନୁସାରେ ଗ୍ୟାରେଣ୍ଟି ପଡିଥିଲେ। ଆଉ ଏବେ ସେହି ଯୋଗେନ୍ଦ୍ର ସମାଧାନ କରିବା ଦରକାର ବୋଲି କୁହାଯାଇଛି।

Comments are closed.