Latest Odisha News

ବିଡିଏ ଓ ବିଏମସି ପାଇଁ ବଢିଲା ଅଡୁଆ

ଭୁବନେଶ୍ବର: ବିଡିଏ ଓ ବିଏମସି ପାଇଁ ବଢିଲା ଅଡୁଆ । ସରକାରୀ ଜମି ବିଲ୍ଡର୍ସଙ୍କୁ ଦେବା ପ୍ରସଙ୍ଗରେ ସାଧାରଣ ପ୍ରଶାସନ ବିଭାଗ ଉଭୟଙ୍କୁ ସ୍ପଷ୍ଟୀକରଣ ମାଗିଛି । କେଉଁ ପରିସ୍ଥିତିରେ ବିଭାଗର ବିନା ଅନୁମତିରେ ବିଲ୍ଡର୍ସଙ୍କୁ ରାସ୍ତା ପାଇଁ ସରକାରୀ ଜମି ଦିଆଯାଇଛି, ସେନେଇ ବିଡିଏ ଓ ବିଏମ୍‌ସି ଠାରୁ ସ୍ପଷ୍ଟୀକରଣ ମାଗିଛି ବିଭାଗ ।

ସାଧାରଣ ପ୍ରଶାସନ ବିଭାଗର ଅନୁମତି ବିନା ସରକାରୀ ଜମି ପାଇଁ ସିକ୍ୟୁରୁଟି ଜମାରାଶି ରଖି ବିଲ୍ଡିଂ ପ୍ଲାନ ଅନୁମୋଦନ କରିଛି ସ୍ପଷ୍ଟୀକରଣରେ ଜଣାଅ ବୋଲି ଏଥିରେ କୁହାଯାଇଛି ।
ନିକଟରେ ଏ ସମ୍ପର୍କରେ ସ୍ପଷ୍ଟୀକରଣ ମାଗିବାକୁ ଓଡ଼ିଶା ରିଅଲ ଇଷ୍ଟେଟ ନିୟାମକ ପ୍ରାଧୀକରଣ (ଓରେରା) ସାଧାରଣ ପ୍ରଶାସନ ବିଭାଗକୁ ଅନୁରୋଧ କରିଥିଲା । ଯାହାକୁ ନେଇ ଆଜି ବିଭାଗ ପକ୍ଷରୁ ଉଭୟ ବିଡିଏ ଏବଂ ବିଏମସିକୁ ନୋଟିସ ଜାରି କରାଯାଇଛି ।

Comments are closed.