Latest Odisha News

BREAKING NEWS

ଏମ୍ସ ହସ୍ପିଟାଲରେ ଲାଗିଲା ନୋଟିସ୍,ପରିସରରେ ବିକ୍ଷୋଭ ଓ ନାରାବାଜି ମନା

ଭୁବନେଶ୍ବର: ଭୁବନେଶ୍ବର ଏମ୍ସ ପରିସରରେ ବିକ୍ଷୋଭ ଓ ନାରାବାଜି କରିବାକୁ ମନା କରାଯାଇଛି । ଏନେଇ ନୋଟିସ ଜାରି କଲେ ଏମ୍ସ କର୍ତ୍ତୃପକ୍ଷ । ଏମ୍ସ ପରିସରରେ ବିକ୍ଷୋଭ ଓ ନାରାବାଜି କରିପାରିବେନି କେହି ।

ହସ୍‌ପିଟାଲରେ ଅନେକ ରୋଗୀ ଥିବାରୁ ସାଧାରଣ ଲୋକଙ୍କ ଏକତ୍ରିତ ହେବା ଏବଂ ପାଟିତୁଣ୍ଡ କରିବା ଅନୁଚିତ। ଏହା ରୋଗୀଙ୍କ ସେବାରେ ବାଧା ସୃଷ୍ଟି କରିବ ଏବଂ ସଂକ୍ରମଣ ହାର ବୃଦ୍ଧି କରିବ। ତେଣୁ, ହସ୍ପିଟାଲ ପ୍ରବେଶ ସ୍ଥାନରୁ ଦୂରରେ ରହିବାକୁ ଏବଂ ହସ୍ପିଟାଲ ଲବି ଭିତରେ ଏକାଠି ନ ହେବାକୁ ଅନୁରୋଧ କରାଯାଉଛି। ଏଥି ସହିତ ଏମ୍ସ ତରଫରୁ ବର୍ଣ୍ଣ ୱାର୍ଡ ବାହାରେ ଏହି ନୋଟିସ୍ ଲଗାଯାଇଛି ।

ସୂଚନଥାଉକି, ଫକୀରମୋହନ କଲେଜ ଛାତ୍ରୀ ଭୁବନେଶ୍ବର ଏମ୍ସରେ ଚିକିତ୍ସାଧିନ ହେଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ପୀଡ଼ିତା ଛାତ୍ରୀଙ୍କ ମୃତ୍ୟୁ ପରେ ମେଡିକାଲ ପରିସରରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଫଳରେ ରୋଗୀ ସେବାରେ ବ୍ୟାଘାତ ମଧ୍ୟ ସୃଷ୍ଟି ହୋଇଥିଲା । ସେହିପରି ଆଜି ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳର ଜଣେ ନାବାଳିକାଙ୍କ ଦେହରେ ଦୁର୍ବୃତ୍ତ ନିଆଁ ଲଗାଇଦେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି। ଗୁରୁତର ନାବାଳିକାଙ୍କ ଦେହ ପ୍ରାୟ ୭୦ ପ୍ରତିଶତ ପୋଡ଼ିଯାଇଛି। ତାଙ୍କର ଏବେ ଏମ୍ସର ବର୍ଣ୍ଣ ୱାର୍ଡରେ ଚିକିତ୍ସା ଜାରି ରହିଛି। ଏପଟେ ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଅଛି କହିଛନ୍ତି AIIMS ନିର୍ଦ୍ଦେଶକ ।

ଆସନ୍ତା ୪୮ ଘଣ୍ଟା ଗୁରୁତ୍ବପୂର୍ଣ୍ଣ, ଏହା ପରେ କିଛି କହି ହେବ । ସେ ଭେଣ୍ଟିଲେଟରରେ ନାହାନ୍ତି, ICUରେ ଅକ୍ସିଜେନ୍‌ ସପୋର୍ଟରେ ଅଛନ୍ତି ଓ ୭୫ ପ୍ରତିଶତ ଶରୀର ପୋଡ଼ିଛି ବୋଲି ଏମ୍ସ ନିର୍ଦ୍ଦେଶକ କହଛନ୍ତି ।

 

 

Comments are closed.