Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଓଡ଼ିଶା ସଚିବାଳୟରେ କ୍ରେଚ୍ ସୁବିଧା ପ୍ରଦାନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଭବନ ଠାରେ କ୍ରେଚ୍ ସୁବିଧା ପ୍ରଦାନ ନିମନ୍ତେ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହାକୁ ଅନୁମୋଦନ କରିଛନ୍ତି।

ପ୍ରକାଶ ଥାଉ କି, ଓଡ଼ିଶା ସଚିବାଳୟରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀମାନେ ସେମାନଙ୍କର ପିଲାମାନଙ୍କର ଲାଳନ ପାଳନ ନିମନ୍ତେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏଥିପାଇଁ ଓଡ଼ିଶା ସଚିବାଳୟ ସେବା ସଂଘର ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳଙ୍କ ନେତୃତ୍ୱରେ ସଂଘର ନିର୍ବାଚିତ କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବହୁବାର ଦାବି ଉପସ୍ଥାପନ କରି ଆସୁଥିଲେ। ଗତ ମାସରେ ସଂଘ ପକ୍ଷରୁ ଆୟୋଜିତ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ କମିଶନର ମଧ୍ୟ ଏହି ଦାବି ପୂରଣ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ ।

ଆଜି ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କରିବା ପରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଓଡ଼ିଶା ସଚିବାଳୟ ସେବା ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଅଛି। ସେହିପରି ସଂଘ ତରଫରୁ ସଂଘର ସାଧାରଣ ସମ୍ପାଦକ ଶ୍ରୀ ପ୍ରଯତ୍ନ ବରାଳ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବଙ୍କୁ ଧନ୍ୟବାଦ ଜ୍ଞାପନ ପୂର୍ବକ ଉକ୍ତ ସୁବିଧାର ସଦୁପଯୋଗ କରିବା ପାଇଁ ଓଡ଼ିଶା ସଚିବାଳୟର ସମସ୍ତ କର୍ମକର୍ତ୍ତାଙ୍କୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.