Latest Odisha News

ଉଚ୍ଚତା ପାର୍ଥକ୍ୟ ଦମ୍ପତିଙ୍କୁ କଲା ଚର୍ଚ୍ଚିତ

ବ୍ରିଟେନ: ପ୍ରଥମେ ପ୍ରେମ, ପରେ ବିବାହ । ଆଉ ପରେ ଗିନିଜ୍ ବୁକ୍ ଅଫ୍ ୱାଲଡ଼୍ ରେକର୍ଡ଼ସରେ ରହି ଚର୍ଚ୍ଚାରେ । ଏମିତି ଏକ ଘଟଣା ଘଟିଛି ବ୍ରିଟେନରେ । ଆମେ ଆପଣଙ୍କୁ ଏମିତି ଏକ ଦମ୍ପତିଙ୍କ ବିଷୟରେ କହୁଛୁ, ଯିଏ ନିଜ ଉଚ୍ଚତାକୁ ନେଇ ଚର୍ଚ୍ଚିତ । ଏହି ଚର୍ଚ୍ଚିତ ଯୋଡ଼ି ହେଲେ ବ୍ରିଟେନର ଜେମ୍ସ ଓ କ୍ଲୋଇ ।

ଜେମ୍ସ । ବୟସ ୩୩ । ଉଚ୍ଚତା ୩ ଫୁଟ୍ ୭ ଇଂଚ । ସେ ଜଣେ ଅଭିନେତା । ସେହିପରି କ୍ଲୋଇଙ୍କ ବୟସ ୨୭ ଓ ଉଚ୍ଚତା ୫ ଫୁଟ ୫ ଇଂଚ । ସେ ଜଣେ ଶିକ୍ଷୟିତ୍ରୀ । ଏହି ଦୁଇ ଚରିତ୍ର ଏବେ ଚର୍ଚ୍ଚାରେ ଅଛନ୍ତି । ଉଚ୍ଚତାରେ ପାର୍ଥକ୍ୟ ସତ୍ୱେ ଉଭୟ ପରସ୍ପରକୁ ଭଲ ପାଇ ବିବାହ ବନ୍ଧନରେ ଆବଦ୍ଦ ହୋଇଛନ୍ତି । ଉଭୟଙ୍କ ଭିତରେ ଉଚ୍ଚତା ତାରତମ୍ୟ ଥିବାରୁ ସେମାନେ ଏବେ ପୁରା ବ୍ରିଟେନ କାହିଁକି ବିଶ୍ୱରେ ମଧ୍ୟ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ।
ଜେମ୍ସ କୁହନ୍ତି, ୨୦୧୨ ମସିହାରେ ସ୍ଥାନୀୟ ଏକ ପବ୍‌ରେ କ୍ଲୋଇଙ୍କ ସହ ପ୍ରଥମ ଭେଟ ହୋଇଥିଲା । ସାଙ୍ଗମାନଙ୍କ ଜରିଆରେ ଉଭୟଙ୍କ ଭିତରେ ପରିଚୟ ହେଲା । ପ୍ରଥମ ଦେଖାରୁ କ୍ଲୋଇଙ୍କୁ ଭଲ ବସିଥିଲେ ଜେମ୍ସ । ପରେ ସେମାନଙ୍କ ମଧ୍ୟରେ ଦେଖାସାକ୍ଷାତ ବଢିଲା । ବାରମ୍ବାର ମିଶିବା ପରେ ସମ୍ପର୍କ ଧୀରେ ଧୀରେ ନିବିଡ଼ ହେବାକୁ ଲାଗିଲା । କ୍ଲୋଇ ମଧ୍ୟ ଜେମ୍ସଙ୍କୁ ମନେ ମନେ ଭଲ ପାଇ ବସିଲେ । ୨୦୧୩ ଡ଼ିସେମ୍ବରରେ ଉଭୟ ପରସ୍ପରକୁ ନିଜ ମନ କଥା ଜଣାଇଲେ ଓ ବିବାହ କରିବାକୁ ନିଷ୍ପତି ମଧ୍ୟ ନେଲେ । ୨୦୧୬ ମସିହାରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହେଲେ । ଉଭୟଙ୍କ ଔରସରୁ ବର୍ତମାନ ତାଙ୍କର ଅଲିଭିଆ ନାମକ ଗୋଟିଏ ଝିଅ ରହିଛି ।
ଗିନିଜ୍ ୱାଲ୍‌ଡ଼ ରେକର୍ଡ଼ ସୂତ୍ରରୁ ଜଣାଯାଇଛି ଯେ, ଉଚ୍ଚତାରେ ପାର୍ଥକ୍ୟ ନେଇ ପୂର୍ବରୁ ଏମିତି ଅନେକ ଦମ୍ପତିି ଦେଖିବାକୁ ମିଳିଥାନ୍ତି । କିନ୍ତୁ ଏହି ଦମ୍ପତିଙ୍କ ଉଚ୍ଚତାର ପାର୍ଥକ୍ୟ ସମସ୍ତଙ୍କଠାରୁ ଅଲଗା । ସେମାନଙ୍କ ମଧ୍ୟରେ ପ୍ରାୟ ଦୁଇ ଫୁଟ ବ୍ୟବଧାନ ରହିଛି । ତେଣୁ ଏହି ଉଚ୍ଚତା ଉଭୟ ଯୋଡ଼ିକୁ ଗିିନିଜ୍ ବୁକ୍ ଅଫ ୱାଲଡ଼ରେ ସ୍ଥାନିତ କରିଛି ।

Leave A Reply

Your email address will not be published.