Latest Odisha News

BREAKING NEWS

କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ପାଇଁ ବିଜ୍ଞପ୍ତି; ଏପ୍ରିଲ୍ ୨ ଯାଏଁ ଅନଲାଇନ୍ ପଞ୍ଜୀକରଣ, ଜୁନ୍ ୩୦ ତାରିଖ ସୁଦ୍ଧା…

ଭୁବନେଶ୍ୱର: କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଆଜି ଠାରୁ ଏପ୍ରିଲ୍ ୨ ତାରିଖ ଯାଏ ଅନଲାଇନ୍ ପଞ୍ଜୀକରଣ ସୁଯୋଗ ମିଳିବ । ଏହି ସମୟସୀମା ମଧ୍ୟରେ ବାଲବାଟିକା-୧ ଓ ୩ ଏବଂ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ପଞ୍ଜୀକରଣ କରାଯିବ । ଏନେଇ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ସେହିପରି, ବାଲବାଟିକା-୨ ଓ ଦ୍ୱିତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏ ନାମଲେଖା ପାଇଁ ଏପ୍ରିଲ୍ ୨ରୁ ୮ ତାରିଖ ଯାଏଁ ଅଫଲାଇନ୍ ପଞ୍ଜୀକରଣ ହେବ । ଜୁନ୍ ୩୦ ତାରିଖ ସୁଦ୍ଧା ସମସ୍ତ ନାମଲେଖା ପ୍ରକ୍ରିୟା ଶେଷ ହେବ । ଏପ୍ରିଲ୍ ୧୩ରେ ନାମଲେଖା ତାଲିକା ପ୍ରକାଶ ପାଇବ ।

ଏକାଦଶ ଶ୍ରେଣୀର ନାମଲେଖା ପାଇଁ ସିବିଏସ୍ଇ ପରୀକ୍ଷା ଫଳ ପ୍ରକାଶ ପାଇବାର ୧୦ ଦିନ ମଧ୍ୟରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପିଲାଙ୍କର ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନାମଲେଖା ପରେ ବଳକା ଥିବା ସିଟ୍ରେ ଅନ୍ୟ ବିଦ୍ୟାଳୟର ପିଲାଙ୍କ ନାମଲେଖା ପାଇଁ ସୁଯୋଗ ଦିଆଯିବ ।

ଏନେଇ ସମସ୍ତ ସୂଚନା କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ୱେବସାଇଟ୍ https://kvsangathan.nic.in/enରେ ଉପଲବ୍ଧ ରହିଛି ।

Leave A Reply

Your email address will not be published.