Latest Odisha News

BREAKING NEWS

ଧାମନଗର ଉପନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ, ପ୍ରକାଶ ପାଇଲା ବିଜ୍ଞପ୍ତି

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିସହ ଆଜିଠୁ ନାମାଙ୍କନ ଦାଖଲ ଆରମ୍ଭ ହୋଇଛି । ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଅକ୍ଟୋବର ୧୪ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ । ୧୫ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ, ଅକ୍ଟୋବର ୧୭ ହେଉଛି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ।

ଏଥିସହ ପଢ଼ନ୍ତୁ: କ’ଣ କହୁଛି ଧାମନଗର ବିଧାନସଭା ନିର୍ବାଚନ ଇତିହାସ ? କାହା ପଲ୍ଲା କେତେ ଭାରି ?

Notification Issued For Dhamnagar By-Elections

ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ । ୬ ତାରିଖରେ ଭୋଟ୍‌ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ବିଜେପି ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଉପନିର୍ବାଚନ ହେବାକୁ ଯାଉଛି । ଏଯାଏ ବିଜେଡି, ବିଜେପି ଓ କଂଗ୍ରେସ କେହି ବି ପ୍ରାର୍ଥୀ ଘୋଷଣା କରି ନାହାଁନ୍ତି ।

Leave A Reply

Your email address will not be published.