Latest Odisha News

BREAKING NEWS

ଭୁଜାଲି ଆକ୍ରମଣରେ ଦୁର୍ଦ୍ଦାନ୍ତ ଅପରାଧୀ ଟିକନର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବେନ୍ତପୁର ଗାଁରେ ଭୁଜାଲି ଆକ୍ରମଣରେ ଦୁର୍ଦ୍ଦାନ୍ତ ଅପରାଧି ଟିକନର ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ତାକୁ କେହି ଜଣେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଉଥିଲାବେଳେ ତାର ମୃତ୍ୟୁ ହୋଇଥିଲା ।

ସୂଚନା ଅନୁସାରେ, ଗତକାଲି ରାତିରେ ଟିକନକୁ କେହି ଜଣେ କୌଣସି କାରଣରୁ ଭୁଜାଲିରେ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ତାକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଟିକନକୁ କଟକ ସ୍ଥାନାନ୍ତର କରାଯାଉଥିଲା । ହେଲେ ବାଟରେ ହିଁ ତାର ମୃତ୍ୟୁ ହୋଇଥିଲା । ଅନୁଗୁଳ ସଦର ପୋଲିସ ଘଟଣାର ତଦନ୍ତ କରୁଛି । ଟିକନ ନାମରେ ପୂର୍ବରୁ ୨୦ରୁ ଅଧିକ ଚୋରୀ ଓ ରାହାଜାନୀ ମାମଲା ରହିଛି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.