ସମ୍ବଲପୁର:ସମ୍ବଲପୁରରେ ଏନକାଉଣ୍ଟର। ପୋଲିସ ଗୁଳିରେ ସୁନାପାଲିର ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ଇରଫାନ ଗୁରୁତର। ଭୋର ପ୍ରାୟ ୫ଟା ୪୫ରେ ସଦର ଥାନା ପୋଲିସ ଏନକାଉଣ୍ଟର କରିଛି । ଅପରାଧୀ ମହମ୍ମଦ ଇରଫାନର ବାମ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି ।
ଘଟଣାସ୍ଥଳରୁ ଏକ ପିସ୍ତଲ, ଗୁଳି ଓ ୩ଟି ଖାଲି କାର୍ଟ୍ରିଜ୍ ଓ ଅଭିଯୁକ୍ତମାନେ ବ୍ୟବହାର କରୁଥିବା ବାଇକକୁ ମଧ୍ୟ ଜବତ କରାଯାଇଛି । ସୂଚନାନୁସାରେ, ଇରଫାନ ନାଁରେ ଡକାୟତି, ଲୁଟ୍ ,ଓ ନିଶାଦ୍ରବ୍ୟ କାରବାର ସମେତ ୨୪ରୁ ଅଧିକ ଅପରାଧିକ ମାମଲା ରହିଛି ।
ସୂଚନାଥାଉକି, ଇରାପାନ ଓ ତା ସହଯୋଗୀ ବାଇକରେ ଯାଉଥିବାବେ ବେଳେ ପୋଲିସ ପିଛା କରିଥିଲା । ସଦର ଥାନା ଅନ୍ତର୍ଗତ କେନାଲ ରୋଡ୍ ର ସୁଡୁଙ୍ଗା ଜଙ୍ଗଲ ନିକଟରେ ସଦରପୋଲିସ ଟିମ୍ ସେମାନଙ୍କୁ ଅଟକାଇଥିଲା । ଏହି ସମୟରେ ପୋଲିସ ୨ ଜଣଙ୍କୁ କାବୁ କରିଥିଲା । କିନ୍ତୁ ଇରଫାନ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରିଥିଲା ।ଇରାଫାନ ପୋଲିସ ଉପରକୁ ପ୍ରଥମେ ୩ ରାଉଣ୍ଡ ଗୁଳି କରିଥିଲା । ପୋଲିସ ମଧ୍ୟ ଜବାବରେ ୨ ରାଉଣ୍ଡ ଫାୟାରିଂ କରିଥିଲା ।

