Latest Odisha News

BREAKING NEWS

ଆଜିଠାରୁ ରାଜ୍ୟରେ କମିବ ବର୍ଷା; ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର:ଆଜିଠୁ କମିବ ବର୍ଷା । ଆଜି ସକାଳ ସାଢ଼େ ୮ଟା ପରେ କେବଳ ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ବର୍ଷା ନେଇ ପୂର୍ବାନୁମାନ ରହିଛି। ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

୧୩ ଜିଲ୍ଲା ଗୁଡିକ ହେଲା:- ଗଞ୍ଜାମ,ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର,କେନ୍ଦ୍ରାପଡା, ମୟୂରଭଞ୍ଜ ,କେନ୍ଦୁଝର,ଭଦ୍ରକ, ବାଲେଶ୍ୱର,ଯାଜପୁର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଓଡ଼ିଶା ଛାଡ଼ି ଆଗକୁ ବଢ଼ିଛି ଲଘୁଚାପ । ଏପଟେ ଲଘୁଚାପର ଗତିବିଧି ଉପରେ ବିଭାଗ ନିରନ୍ତର ନଜର ରଖିଥିବା ସୂଚନା ମିଳିଛି।

ସେହିପରି ଆସନ୍ତାକାଲି କେବଳ କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଓ ଗଜପତିର କିଛି ସ୍ଥାନରେ ବର୍ଷା ହୋଇପାରେ। ପରବର୍ତ୍ତୀ ୩ ଦିନ ମଧ୍ୟ କେବଳ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର, ସଂଲଗ୍ନ ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଦକ୍ଷିଣ ଛତିଶଗଡ଼ ନିକଟରେ ସକ୍ରିୟ ରହିଛି । ଏହାସହିତ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତନ ଠାରୁ ଦେଢ଼ କିମି ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି । ଏଥିଯୋଗୁ ଘୂର୍ଣ୍ଣିବଳୟ ଦକ୍ଷିଣ ପଶ୍ଚିମ ଦିଗ ଆଡ଼କୁ ଢଳି ରହିଛି ।

ଏପଟେ ଲଘୁଚାପଜନିତ ବର୍ଷାରେ ଉବୁଟୁବୁ ମାଲକାନଗିରି । ଜିଲ୍ଲାରେ ୩୨୬ ନମ୍ବର ଜାତୀୟ ରାଜପଥର ପୋଟେରୁ ବ୍ରିଜ୍‌ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ, ଯାତାୟତ ଠପ୍ ହୋଇଯାଇଥିଲା ।

ଗତ ୨୪ ଘଣ୍ଟାରେ ମାଲକାନଗିରିରେ ୧୪୨ ମିମି ବର୍ଷା ହୋଇଛି । ନୂଆପଡ଼ାରେ ୭୯ ମିମି ବର୍ଷା ହୋଇଛି ।

 

Leave A Reply

Your email address will not be published.