ପୁରୀ: ପୁରୀ ଜିଲ୍ଲାସ୍ଥିତ ନବକଳେବର ରୋଡ୍ ଅନ୍ତର୍ଗତ ଆଶ୍ରମ ଛକ ନିକଟରେ ପୋଲିସର ଏନକାଉଣ୍ଟରରେ ଗତକାଲି ବିଳମ୍ବିତ ରାତିରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି ।
ଆହତ ଅପରାଧୀ ଜଣକ ଦିବାନା ବେହେରା ବୋଲି ଜଣାପଡିଛି ।
ତା’ ଠାରୁ ଗୋଟିଏ ବାଇକ୍, ଗୋଟିଏ ଦେଶୀ ବନ୍ଧୁକ ଏବଂ କିଛି ଗୁଳି ଜବତ କରିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।
ଆହତ ଅପରାଧୀର ଡାହାଣ ଆଣ୍ଠୁରେ ଗୁଳି ବାଜିଥିବା ବେଳେ ତାକୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ତାଙ୍କୁ କଟକ ବଡ ମେଡିକାଲକୁ ପଠାଇ ଦେଇଥିବା ନେଇ ଜଣାପଡିଛି ।
ଆହୁରି ମଧ୍ୟ ତା’ ନାମରେ ପୁରୀର ବିଭିନ୍ନ ଥାନାରେ ଅନେକ ଅପରାଧୀକ ମାମଲା ରହିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।
ମିଳିଥିବା ସୂଚନାନୁଯାୟୀ ଦିବାନା ନବକଳେବର ରୋଡ୍ ଅନ୍ତର୍ଗତ ଆଶ୍ରମ ଛକ ନିକଟରେ ଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ପୋଲିସ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲା। ଏହାପରେ ପୋଲିସ୍ ସହ ତା’ର ମୁହାଁମୁହିଁ ହୋଇଥିଲା। ଏହି ସମୟରେ ଦିବାନା ପୋଲିସ୍ ଉପରକୁ ଅତର୍କିତ ଆକ୍ରମଣ କରିଥିଲା ବେଳେ ଏହାର ପାଲଟା ଜବାବ ପୋଲିସ୍ ଦେଇଥିଲା। ଅନ୍ୟପଟେ ଏହି ଗୁଳି ବିନିମୟ ବେଳେ ବାସେଳିସାହି ଥାନା ଆଇଆଇସି ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।
Comments are closed.