Latest Odisha News

ବିଶ୍ୱ ପାରା ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍: ଓଡିଶା ଖେଳାଳୀ ପ୍ରମୋଦ ଭଗତଙ୍କ ସ୍ୱର୍ଣ୍ଣ ପଦକ ହାସଲ

ବେସଲ୍: ସୁଇଜରଲ୍ୟାଣ୍ଡ ଠାରେ ଖେଳାଯାଇଥିବା ବିଶ୍ୱ ପାରା ବ୍ୟାଡମିଣ୍ଟନ୍ ଚାମ୍ପିଅନସିପର ଡବଲ୍ସରେ ସ୍ୱର୍ଣ୍ଣ ହାତେଇଛନ୍ତି ଓଡିଶାର ପ୍ରମୋଦ ଭଗତ ।

ଏହି ଡବଲ୍ସରେ ପ୍ରମୋଦ ଭଗତଙ୍କ ସହ ତାଙ୍କ ସାଥୀ ଥିଲେ ମନୋଜ ସରକାର ।

ବିଶ୍ୱ ପାରା ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍ରେ ଦୁହେଁ ଫାଇନାଲ ରାଉଣ୍ଡରେ ଭାରତୀୟ ତାରକା ତରୁଣ-ନିତେଶ କୁମାର ଯୋଡିଙ୍କୁ ହରାଇ ଏହି ସଫଳତା ଅର୍ଜନ କରିଛନ୍ତି । ଫଳରେ ତରୁଣ-ନିତେଶ ଯୋଡିଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଛି ।

ଏନେଇ ଓଡିଶା ସ୍ପୋର୍ଟସ୍ ପକ୍ଷରୁ ଏକ ଟ୍ୱିଟ୍ କରାଯାଇଛି ।

ଏହାବ୍ୟତିତ ପ୍ରମୋଦ ସିଙ୍ଗଲ୍ସରେ ମଧ୍ୟ ନିଜର ଦବଦବା ବଜାୟ ରଖିଥିବାବେଳେ ସେ ସିଙ୍ଗଲ୍ସରେ ଇଂଲଣ୍ଡର ଡାନିଆଲ ବିଥେଲଙ୍କୁ ଭେଟିବେ ।

ସୂଚନାଯୋଗ୍ୟ, ବରଗଡରେ ଜନ୍ମିତ ଏହି ଖେଳାଳୀ ଚଳିତ ବର୍ଷ ତୁର୍କୀରେ ଅନୁଷ୍ଠିତ ୫ମ ପାରା ବ୍ୟାଡମିଣ୍ଟନ୍ ଆନ୍ତର୍ଜାତୀୟ ଏନେସକପ୍ ଏବଂ ପରେ ଫେବୃଆରୀରେ ଶାରଜାରେ ଅନୁଷ୍ଠିତ ଆଇଡବ୍ଲ୍ୟୁଏଏସ୍ ୱାଲ୍ଡ ଗେମ୍ସ ବ୍ୟାଡମିଣ୍ଟନରେ ୨ଟି ସ୍ୱର୍ଣ୍ଣ ହାତେଇଥିଲେ ।

Leave A Reply

Your email address will not be published.