Latest Odisha News

BREAKING NEWS

ମୟୁରଭଂଜ ପୋଲିସ ହାତରେ ଧରାପଡିଲା ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ

ବାରିପଦା: ଏକ ବଡ ଧରଣର ଗିରଫଦାରୀ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ମୟୁରଭଂଜ ଜିଲ୍ଲା । ପୋଲିସ ଜାଲରେ ପଡିଛନ୍ତି ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ । ଏକ ନିଶ୍ଚିତ ବଡ ଧରଣର ଡକାୟତ ଯୋଜନାକୁ ପଣ୍ଡ କରିଛି ମୟୁରଭଂଜ ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଘାଗରବେଡାର ଜଣେ ବ୍ୟବସାୟୀଙ୍କ ଘରେ ଡକାୟତ କରିବାକୁ ଉଦ୍ୟମ ବେଳେ ୯ଜଣ ଡକାୟତଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଥିଲା । ଗିରଫ ଡକାୟତଙ୍କ ମଧ୍ୟରୁ ୫ଜଣ ଝାଡଖଣ୍ଡର ହୋଇଥିବାବେଳେ ବଳକା ୪ଜଣ ଓଡିଶାର ବୋଲି ଜଣାପଡିଛି । ସେମାନଙ୍କଠାରୁ ଘାଗରବେଡା ପୋଲିସ ବହୁ ମାରଣାସ୍ତ୍ର ସମେତ ଏକ ଗୋଟିଏ ଦେଶୀ ପିସ୍ତଲ ଜବତ କରିଛି ।

ଡକାୟତମାନେ ଘାଗରବେଡାରେ ଲୁଟ୍ ଯୋଜନା କରୁଥିବା ନେଇ ପୋଲିସକୁ ଖବର ମିଳିବା ପରେ ଅତର୍କିତ ଚଢାଉ ହୋଇଥିବା ନେଇ କରଂଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସୁଦର୍ଶନ ଗାଙ୍ଗୋଇ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ବିଭିନ୍ନ ପ୍ରକାର ମାରଣାସ୍ତ୍ର ସହ ଡକାୟତଙ୍କଠାରୁ ଏକ ଟାଟା ସଫାରୀ ଓ ଗୋଟିଏ ଅଟୋ ମଧ୍ୟ ଜବତ ହୋଇଛି । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ଦଫା ଲାଗିଥିଲାବେଳେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି ।

Leave A Reply

Your email address will not be published.