Latest Odisha News

BREAKING NEWS

Maoist Killed: ସୁରକ୍ଷକର୍ମୀଙ୍କ ଗୁଳିଲେ ଟଳିଲା କୁଖ୍ୟାତ ମାଓବାଦୀ ଉଦ୍ଧମ ସିଂ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ତରେମ ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ଘଟଣାରେ ଜଣେ କୁଖ୍ୟାତ ମାଓବାଦୀ ନିହତ ହୋଇଛି । ମାଓବାଦୀର ପରିଚୟ ଦକ୍ଷିଣ ବସ୍ତର ମାଓ ସଂଗଠନର ଡିଭିସିଏମ୍ କ୍ୟାଡର କୁଖ୍ୟାତ ମାଓବାଦୀ ଉଦ୍ଧମ ସିଂ ବୋଲି ଜଣାପଡିଛି ।

ଡିଆରଜି ଏବଂ ସିଆରପିଏଫ୍ କୋବ୍ରା ଜବାନଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିଛି । ମାଓବାଦୀ ଉଦ୍ଧମ ସିଂ ନିକଟରୁ ଗୋଟିଏ ଅଟମେଟିକ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀମାନେ । ତେବେ କୁଖ୍ୟାତ ମାଓବାଦୀ ଉଦ୍ଧମ ସିଂ ଉପରେ ସରକାର ୮ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ ।

Leave A Reply

Your email address will not be published.