Latest Odisha News

BREAKING NEWS

ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ: ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି

ଚମୋଲି: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ହିମସ୍ଖଳନ ଘଟଣାରେ ୨୪ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ବି ୧୮୦ରୁ ଅଧିକ ଲୋକ ନିଖୋଜ ଥିବା ଜଣାପଡିଛି । ସ୍ଥାନୀୟ ପ୍ରଶାସନ ଓ ସେନା ପକ୍ଷରୁ ମିଳିତ ଭାବେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି ।

ଦୁର୍ଘଟଣା ସମୟରେ ତପୋବନ ଏନଟିପିସି ପ୍ଲାଣ୍ଟରେ ୧୦୦ରୁ ଅଧିକ ଲୋକେ କାମ କରୁଥିଲେ । ଗତକାଲି ଘଟଣାସ୍ଥଳରୁ ୧୦ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ଆଜି ଆଉ ୧୪ଟି ମୃତଦେହ ଉଦ୍ଧାର କରାଯାଇଛି । ତେବେ କାଦୁଅ ଯୋଗୁଁ ଅନ୍ୟ ଏକ ଟନେଲରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ତପୋବନ ନିକଟରେ ଥିବା ଏହି ଟନେଲରୁ ମେସିନ ସହାୟତାରେ କାଦୁଆ କଢ଼ାଯାଉଛି । ଟନେଲରୁ କାଦୁଅକୁ ସଫା କରାଯିବା ପରେ ନିଖୋଜ ଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସ୍ପଷ୍ଟ ଚିତ୍ର ଜଣାପଡିବ ।

ଋଷିଗଙ୍ଗା ଓ ତପୋବନ ପ୍ରୋଜେକ୍ଟ ଭାସି ଯିବା ଦ୍ୱାରା ପ୍ରାୟ ୭ଶହ କୋଟିର କ୍ଷତି ହୋଇଥିବା ଆକଳନ କରାଯାଉଛି । ଏନଡିଆରଏଫ୍‌, ଏସ୍‌ଡିଆରଏଫ୍‌, ଆଇଟିବିପି ଓ ସ୍ଥାନୀୟ ପୋଲିସ୍ ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଉତ୍ତରାକଣ୍ଡ ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ସେଠାକାର ପରିସ୍ଥିତି ସମ୍ପର୍କରେ ବୁଝିଛନ୍ତି । ଉଦ୍ଧାର କାର୍ଯ୍ୟର ପ୍ରତିଟି ପରିସ୍ଥିତିରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ।

Leave A Reply

Your email address will not be published.