Latest Odisha News

ଏଣିକି ଅଫିସ ସରିଲା ପରେ ବସଙ୍କ ଫୋନକଲ୍ କାଟିପାରିବେ କର୍ମଚାରୀ

କାନବେରା: ଅଷ୍ଟ୍ରେଲିଆର କର୍ମଚାରୀ ମାନେ ସୋମବାର ଠାରୁ ୱାର୍କିଂ ଆୱାର ପରେ ମାଲିକଙ୍କ କଲକୁ ଅଣଦେଖା କରିବାର ଅଧିକାର ପାଇବେ।

ଏହି ନୂଆ ନିୟମରେ ଏଣିକି କର୍ମଚାରୀମାନେ ମାଲିକ ବା ବସ୍ ଙ୍କ ଫୋନକୁ ଡିସକନେକ୍ଟ କରିବାକୁ ଅଧିକାର ଦେଇଛି।

ଫେବୃଆରୀରେ ପାରିତ ହୋଇଥିଲା ଏହି ନିୟମ। ତେବେ ଏହି ନିୟମ କେବଳ ଅଷ୍ଟ୍ରେଲିଆରେ ଲାଗୁ ହୋଇନାହିଁ। ଏହା ପୂର୍ବରୁ ଫ୍ରାନ୍ସ ଏବଂ ଜର୍ମାନୀ ସମେତ ଅନେକ ୟୁରୋପୀୟ ରାଷ୍ଟ୍ରରେ ସମାନ ଆଇନ ପ୍ରଚଳିତ ହେଉଛି। ଯାହା କର୍ମଚାରୀମାନଙ୍କୁ କାର୍ଯ୍ୟ ଅବଧି ପରେ ମୋବାଇଲ୍ ଫୋନ ବନ୍ଦ କରିବାକୁ ଅନୁମତି ଦେଇଥାଏ।

Comments are closed.