Latest Odisha News

BREAKING NEWS

ଚାଲନ୍ତୁ, ଘର କିଣି ଏବେ କାଶ୍ମୀର ବାସିନ୍ଦା ହୋଇଯିବା !

ନୂଆଦିଲ୍ଲୀ: ପାର୍ଲ୍ଲାମେଣ୍ଟରେ ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ପ୍ରସ୍ତାବ ଆଗତ ହେବା ପରେ ପରେ ଅଧିକାଂଶ ଭାରତୀୟ ଜନସାଧାରଣଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କିମାରୁଛି । ଏବେ କ’ଣ ଆମେ ପ୍ରାକୃତିକ ନୈସର୍ଗିକରେ ଭରା କାଶ୍ମୀରରେ ଘର ଖଣ୍ଡେ କିଣି ପାରିବା? ଜଣେ କାଶ୍ମୀର ବାସିନ୍ଦା ହୋଇ ଆମେ କ’ଣ ମର୍ତ୍ତ୍ୟର ସ୍ୱର୍ଗ ଡ଼ାଲ୍ ହ୍ରଦରେ ମନଇଛା ବିଚରଣ କରିପାରିବା । ଏବେ ଜମ୍ମୁ ଓ କାଶ୍ମୀର ରାଜ୍ୟରୁ ଧାରା ୩୫ଏ ଉଚ୍ଛେଦ କରିବାକୁ ନେଇ ବେଶ୍ ତତ୍ପରତା ଦେଖାଦେଇଛି । ସେଠାରେ ଏହି ଧାରା ଉଚ୍ଛେଦ ହେବା ପରେ ସେଠାରେ କେଉଁ ପରିବର୍ତ୍ତନ ହେବ ଏବଂ ଦେଶର ସମସ୍ତ ଜନସାଧାରଣ କିପରି ଉପକୃତ ହୋଇପାରିବେ ତାହାହିଁ ବର୍ତ୍ତମାନ ଆଲୋଚନାର ବିଷୟବସ୍ତୁ ।

୧ – ଧାରା ୩୭୦ ଉଚ୍ଛେଦ ହେବା ପରେ କାଶ୍ମୀରି ଲୋକମାନେ ସେଠାରେ ଏବେ ପାଉଥିବା ସ୍ୱତନ୍ତ୍ର ସୁବିଧା ଆଉ ପାଇପାରିବେ ନାହିଁ ।

୨ – ଦେଶର ଯେକୌଣସି ଅଞ୍ଚଳର ଜନସାଧାରଣ ଏବେ କାଶ୍ମୀର ଉପତ୍ୟକାରେ ଘର କିଣି ବସବାସ କରିପାରିବା ସହିତ ସମ୍ପତ୍ତି କିଣିବାରେ କୌଣସିି ପ୍ରତିବନ୍ଧକ ହେବନାହିଁ ।

୩ – କାଶ୍ମୀରରେ ରହୁଥିବା ସ୍ଥାନୀୟ ମୁସଲିମ ବାସିନ୍ଦାମାନେ ଏବେଠୁଁ ଚିନ୍ତାପ୍ରକଟ କଲେଣି ଯେ, କାଶ୍ମୀରରେ ସେମାନେ ଏବେ ସଂଖ୍ୟାଲଘୁ ହୋଇଯିବାର ସମ୍ଭାବନା ରହିଛି ।

୪ – ଧାରା ୩୭୦ ଉଚ୍ଛେଦ ହେବା ପରେ ଏଠାରେ ପୂର୍ବରୁ ରହିଥିବା ନିଜର କୌଣସି ସମ୍ବିଧାନ ରହିବ ନାହିଁ । ପୂର୍ବରୁ ରହିଥିବା ନିଜର ପତାକା ମଧ୍ୟ ସରକାରୀ ଭାବେ ଆଉ ଉତ୍ତୋଳନ ହୋଇପାରିବ ନାହିଁ ।

୫ – ଧାରା ୩୫ଏ ଅନୁଯାୟୀ, କେବଳ କାଶ୍ମୀରର ସ୍ଥାୟୀ ବାସିନ୍ଦାମାନେ ଏକଚାଟିଆ ଭାବେ ଯେଉଁ ସୁବିଧା ପାଇପାରୁଥିଲେ ଅର୍ଥାତ କେବଳ କାଶ୍ମୀର ଅଧିବାସୀ ହିଁ ସେଠାରେ ଗୃହ ଓ ସମ୍ପତ୍ତି କ୍ରୟ ବିକ୍ରୟ କରିପାରୁଥିଲେ, କିନ୍ତୁ ଭାରତର ଅନ୍ୟ ରାଜ୍ୟର ଜନସାଧାରଣ କାଶ୍ମୀରରେ ଘର କିଣିବାରୁ ବଞ୍ଚିତ ହେଉଥିଲେ ତାହା ପରିବର୍ତ୍ତନ ହେଲା । ଏବେ ଅନ୍ୟରାଜ୍ୟର ବାସିନ୍ଦା ମଧ୍ୟ କାଶ୍ମୀର ଗୃହ କିଣିବା ସହିତ ସମ୍ପତ୍ତି କିଣି ବିକ୍ରି ମଧ୍ୟ କରିପାରିବେ ।

୬ – ଜମ୍ମୁ ଓ କାଶ୍ମୀରର ବାସିନ୍ଦାମାନେ ଅନ୍ୟ ରାଜ୍ୟର ବାସିନ୍ଦାଙ୍କ ପରି ସମସ୍ତ ଏକା ସଂରକ୍ଷଣ ସୁବିଧା ପାଇବେ, ମାତ୍ର ପୂର୍ବରୁ ସେଠାରେ ଥିବା ସ୍ୱତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ ହେବ ।

୭ – କାଶ୍ମୀର ବାହାର ରାଜ୍ୟର ଅନ୍ୟ ବାସିନ୍ଦାମାନେ ଏବେ ଜମ୍ମୁ ଓ କାଶ୍ମୀରର ଯେକୌଣସି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଆଡ଼ମିଶନ ନେଇ ଅଧ୍ୟୟନ କରିବା ସହିତ ସେଠାରେ ଚାକିରୀ ମଧ୍ୟ କରିପାରିବେ ।

୮ – କାଶ୍ମୀରି ମହିଳା ଯଦି ଅନ୍ୟ ରାଜ୍ୟର ବାସିନ୍ଦାଙ୍କୁ ବିବାହ କରୁଥିଲେ ତେବେ ସେମାନେ କାଶ୍ମୀରର ନାଗରିକତ୍ୱ ହରାଇବାର ଯେଉଁ ସମ୍ଭାବନା ରହିଥିଲା ତାହା ଏବେ ମଧ୍ୟ ଉଚ୍ଛେଦ ହୋଇଯିବ ।

Leave A Reply

Your email address will not be published.