Latest Odisha News

BREAKING NEWS

ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀର ଗଲେ ୮ ହଜାର ସୁରକ୍ଷାକର୍ମୀ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବାପରେ ଭାରତୀୟ ବାୟୁସେନା ଓ ସେନାବାହିନୀକୁ ଆଲର୍ଟ ଜାରି କରାଯିବା ସହ ପୁଣି ୮ ହଜାର ସୁରକ୍ଷାକର୍ମୀଙ୍କୁ ପଠାଯାଇଛି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଉତ୍ତରପ୍ରଦେଶ, ଓଡିଶା, ଆସାମ ଏବଂ ଦେଶର ଅନ୍ୟ ପ୍ରାନ୍ତରୁ ପାଖାପାଖି ୮ ହଜାର ପାରାମିଲିଟାରୀ ସୁରକ୍ଷାକର୍ମୀଙ୍କୁ କାଶ୍ମୀର ଉପତ୍ୟକାରେ ମୁତୟନ କରାଯାଇଥିବା ନେଇ ଜଣାପଡିଛି ।

ଏହି ଯବାନଙ୍କ ମଧ୍ୟରେ ସିଆରପିଏଫ୍ ଯବାନଙ୍କ ସଂଖ୍ୟା ଅଧିକ ରହିଥିବାବେଳେ ସେମାନଙ୍କୁ ସହରର ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥାନ ସମେତ କାଶ୍ମୀର ଉପତ୍ୟକାରେ ନିୟୋଜିତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.