Latest Odisha News

BREAKING NEWS

ରାଜଧାନୀରେ ରାସ୍ତା ଖୋଳିବାକୁ ହେଲେ ଅନୁମତି ନେବାକୁ ହେବ: ବିଏମସି

ଭୁବନେଶ୍ୱର: ଏଣିକି ଭୁବନେଶ୍ବରରେ କୌଣସି ରାସ୍ତାରେ ଖୋଳିବାକୁ ଯଦି ଚାହିଁବେ ତାହେଲେ ଅନୁମତି ନେବାକୁ ହେବ। ଏଥିପାଇଁ ଏକ ସ୍ବତନ୍ତ୍ର ଓ୍ବେବ ପୋର୍ଟାଲ ସାର୍ବଜନୀନ ହୋଇଛି। ଯାହାର ନାମ ରହିଛି http://bhubaneswar.me । ଯେଉଁ ସଂସ୍ଥା ଅନୁମତି ପାଇ ରାସ୍ତା ଖୋଳିବେ ସେହି ସଂସ୍ଥା ପୁଣିଥରେ ରାସ୍ତାକୁ ବୁଜିବେ। ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କ ନେତୃତ୍ୱରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଉଲ୍ଲେଖଯୋଗ୍ଯ, ରାଜଧାନୀରେ ବାରମ୍ବାର ରାସ୍ତା ଖୋଳିବା ପରେ ସଂପୃକ୍ତ ରାସ୍ତାକୁ ନବୁଜି ଛାଡି ଦିଆଯାଉଥିବାର ନଜିର ରହିଛି। ଯାହାକି ପରବର୍ତୀ ସମୟରେ ସଡକ ଦୁର୍ଘଟଣାର କାରଣ ସାଜେ। ଏମିତିକି ବର୍ଷା ଦିନେ ବିଭିନ୍ନା ରାସ୍ତାରେ ଖାଲ ପାଇଁ ପାଣି ଭର୍ତ୍ତି ହୋଇଯିବାରୁ ଦୁର୍ଘଟଣା ହେବାର ନଜିର ରହିଛି। ଏପରି ସ୍ଥିତିରେ ବିଏମସି ଏକ ଦୃଷ୍ଚାନ୍ତମୂଳକ ପଦକ୍ଷେପ ନେଇଛି।

ଆଜିର ଏହି ବୈଠକରେ ବିଏମସିର ଅତିରିକ୍ତ କମିଶିନର, ସହରାଞ୍ଚଳ ଯନ୍ତ୍ରୀ, ଓ୍ବାଟକୋ, ବିଏସଏନଏଲ, ଗେଲ, ରିଲାଏନ୍ସ ଜିଓ, ଏୟାରଟେଲ୍, ଓପିଟିସିଏଲ, ପାଓ୍ୱାର ଗ୍ରୀଡ ସଂସ୍ଥାର ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.