Latest Odisha News

ଓପିଏସସି ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ସନତ ମହାନ୍ତି ନିଯୁକ୍ତ, ଅଧ୍ୟକ୍ଷ ପଦରୁ ଅବସର ନେଲେ ସତ୍ୟଜିତ ମହାନ୍ତି

ଭୁବନେଶ୍ୱର: ସନତ କୁମାର ମହାନ୍ତି ଓପିଏସସିର ଭାରପ୍ରାପ୍ତ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ସତ୍ୟଜିତ ମହାନ୍ତିଙ୍କ ସ୍ଥାନରେ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଏବେ ଓପିଏସସିର ସଦସ୍ୟ ଅଛନ୍ତି ସନତ ମହାନ୍ତି। ବୁଧବାର ସତ୍ୟଜିତ ମହାନ୍ତି ଅବସର ଗ୍ରହଣ କରିଛନ୍ତି।

ଗୁରୁବାରଠୁ ସନତ ମହାନ୍ତି ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଏ ନେଇ ରାଜ୍ଯ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ ଅଧ୍ୟକ୍ଷ ନିଯୁକ୍ତ ନହେବା ଯାଏ ସନତ ଓପିଏସସିର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇବେ।

ପୂର୍ବତନ ଆଇପିଏସ୍ ଅଧିକାରୀ ସତ୍ୟଜିତ ମହାନ୍ତି 2021 ଫେବ୍ରୁଆରିରେ ଓପିଏସସି ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ। ବୁଧବାର 62 ବର୍ଷ ବୟସରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଛି। ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପାଇଁ ସତ୍ୟଜିତ ମହାନ୍ତି ପୁଲିସ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। 1988 ବ୍ୟାଚର ଆଇପିଏସ୍ ଅଧିକାରୀ ସତ୍ୟଜିତ ମହାନ୍ତି ପୁଲିସ ଚାକିରି କାଳରେ ଓଡ଼ିଶାର ଅଗ୍ନିଶମ ଡିଜି ଓ ଟ୍ୱିନ୍ ସିଟି ପୁଲିସ କମିସନର ଭାବେ କାର୍ଯ୍ୟ କରିଥିଲେ।

Leave A Reply

Your email address will not be published.