Latest Odisha News

ଏଣିକି ମନ ଇଚ୍ଛା କରୋନା ଟିକା କିଣି ପାରିବେନି ଘରୋଇ ହସପିଟାଲ

ନୂଆଦିଲ୍ଲୀ : ଏଣିକି ମନ ଇଚ୍ଛା କରୋନା ଟିକା କିଣି ପାରିବେନି ଘରୋଇ ମେଡିକାଲ । ଟିକା କ୍ରୟ ଉପରେ କେନ୍ଦ୍ର ସରକାର ଜାରି କରିଛନ୍ତି ନୂଆ ଏସଓପି । ମେଡିକାଲରେ ଏକ ସପ୍ତାହରେ ହୋଇଥିବା ଟିକାକରଣର ଦୈନିକ ଅନୁପାତର ଦୁଇ ଗୁଣା ହିଁ କିଣିପାରିବେ ମେଡିକାଲ କର୍ତ୍ତୃପକ୍ଷ । ଆସନ୍ତାକାଲି ଠାରୁ ଲାଗୁ ହେବ ଏହି ନିୟମ । ସେହିଭଳି ଟିକା ପ୍ରସ୍ତୁତକାରୀ କମ୍ପାନୀ ଠାରୁ ମେଡିକାଲ ଏବେ ସିଧାସଳଖ ଟିକା କିଣିବା ଉପରେ ବି କଟକଣା ଜାରି କରିଛନ୍ତି କେନ୍ଦ୍ର ସରକାର ।

BjdElectrycity

ନୂଆ ଗାଇଡଲାଇନ୍ ଅନୁସାରେ, ଏଣିକି କେବଳ କୋ-ଓ୍ବିନ୍ ଆପରେ ହିଁ ଘରୋଇ ମେଡିକାଲ ଟିକା କିଣିପାରିବେ । ଦେଶରେ ଟିକାକରଣର ଅନୁପାତ ବଢ଼ାଇବା ସହ ନଷ୍ଟ ହେଉଥିବା ଟିକାର କ୍ଷତିକୁ ରୋକିବା ପାଇଁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଘରୋଇ ହସ୍ପିଟାଲ ଟିକା କ୍ରୟ ଉପରେ କୌଣସି କଟକଣା ଲଗାଇ ନଥିଲେ । ନୂଆ ନିମୟ ଅନୁଯାୟୀ, ମେଡିକାଲରେ ବେଡ ସଂଖ୍ୟା ଅନୁଯାୟୀ ଟିକା ଆବଣ୍ଟନ କରାଯିବ । ଘରୋଇ ହସ୍ପିଟାଲର କ୍ଷମତା ଅନୁଯାୟୀ ଟିକା ପ୍ରଦାନ କରିବେ କେନ୍ଦ୍ର ସରକାର । ଚଳିତ ମାସରେ ଟିକାକରଣର ମାତ୍ରା ବଢିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.