Latest Odisha News

BREAKING NEWS

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଦ୍ୱିତୀୟ ସଂସ୍କରଣର ପଂଏଟ ପଦ୍ଧତି ଘୋଷଣା କଲା ଆଇସିସି

ଭୁବନେଶ୍ୱର: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ଦ୍ୱିତୀୟ ସଂସ୍କରଣ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ବୁଧବାର ଏହାର ପଂଏଟ ପଦ୍ଧତି ଆଇସିସି ଘୋଷଣା କରିଛି । ଅଗଷ୍ଟରେ ଭାରତ ଏବଂ ଇଂଲଣ୍ଡ ଟେଷ୍ଟ ସିରିଜରୁ ଏହା ଆରମ୍ଭ ହେବ । ସମୁଦାୟ ୯ଟି ଟିମ୍ ଏହି ଚାମ୍ପିୟନଶିପରେ ଅଂଶଗ୍ରହଣ କରିବେ । ଟିମଗୁଡିକ ହେଲା ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣଆଫ୍ରିକା, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଓ ବାଂଲାଦେଶ । ପ୍ରତ୍ୟେକ ଟିମ୍ ୬ଟି ଟେଷ୍ଟ ସିରିଜ ଖେଳିବ । ୩ଟି ଘରେ ଏବଂ ୩ଟି ବାହାରେ ପଦ୍ଧତିରେ ଏହା ଖେଳାଯିବ ।

ଗୋଟିଏ ଟେଷ୍ଟରେ ବିଜୟ ହାସଲ କଲେ ୧୨ ପଂଏଟ, ଡ୍ର ରହିଲେ ୪ ଏବଂ ଟାଇ ରହିଲେ ୬ ପଂଏଟ ମିଳିବ । ଫାଇନାଲ କେଉଁଠାରେ ଖେଳାଯିବ ତାହା ଘୋଷଣା କରାଯାଇ ନାହିଁ । ଦ୍ୱିତୀୟ ସଂସ୍କରଣରେ ଇଂଲଣ୍ଡ ସର୍ବାଧିକ ୨୧ ମ୍ୟାଚ ଖେଳିବ । ତାଙ୍କ ପଛକୁ ଭାରତ ୧୯ ଏବଂ ଅଷ୍ଟ୍ରେଲିଆ ୧୮ ଟେଷ୍ଟ ଖେଳିବ । ଧୀମା ବୋଲିଂ ହାର ନେଇ ପେନାଲ୍ଟି ନିୟମ ଲାଗୁ କରାଯାଇଛି । ପରସେଂଟେଜ ସିଷ୍ଟମରେ ପଂଏଟ ଟେବୁଲ ପ୍ରସ୍ତୁତ କରାଯିବ ।

Leave A Reply

Your email address will not be published.