Latest Odisha News

BREAKING NEWS

ଏବେ ବିଦେଶାଗତ ପକ୍ଷୀଙ୍କ ଉପରେ ନଜର ରଖିବ ସାଟେଲାଇଟ

ଭୁବନେଶ୍ବର: ବର୍ତ୍ତମାନ ଶୀତ ଋତୁ ଚାଲିଥିବାବେଳେ, ଏହି ସମୟରେ ଚିଲିକା, ଅଂଶୁପା, ହୀରାକୁଦ ଏବଂ ଭିତରକନିକାକୁ ବହୁ ବିଦେଶ ପକ୍ଷୀଙ୍କ ଆଗମନ ହୋଇସାରିଛି । ବିଭିନ୍ନ ରଙ୍ଗ ବେରଙ୍ଗର ବିଦେଶାଗତ ପକ୍ଷୀଙ୍କ କିଚିରି ମିଚିରି ଶବ୍ଦରେ ଫାଟିପଡୁଛି ଏହି ସବୁ ହ୍ରଦ ଓ ଏହାର ପାଖଆଖ ପରିବେଶ । ତେବେ ଏହାରି ଭିତରେ ପକ୍ଷୀ ଗଣନାକୁ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏକ ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ପ୍ରତିବର୍ଷ ଚିଲିକା ଅଂଶୁପା, ହୀରାକୁଦ ଏବଂ ଭିତରକନିକାକୁ ଆସୁଥିବା ସ୍ବଦେଶୀ ଓ ବିଦେଶୀ ପକ୍ଷୀ ଶୀତ ଋତୁ ସରିବା ପରେ କେଉଁଆଡେ ଯାଉଛନ୍ତି ତାହା ଉପରେ ନଜର ରଖିବାକୁ ବ୍ୟବହାର କରାଯିବ ନୂଆ ଟେକ୍ନୋଲୋଜି । ଚିହ୍ନଟ କରାଯିବ । ଇରାନ ଓ ସିରିଆରୁ ଆସୁଥିବା ପକ୍ଷୀଙ୍କଠାରେ ଲଗାଯିବ ସାଟେଲାଇଟ୍ ରିଙ୍ଗ । ବିଭିନ୍ନ ପ୍ରଜାତିର ପକ୍ଷୀଙ୍କୁ ହାରନେସ କଲର ମାଧ୍ୟମରେ ଚିହ୍ନଟ କରାଯିବ ।

ଏନେଇ ୱାଇଲ୍ଡ ଲାଇଫ ଅଫ ଇଣ୍ଡିଆ ଅନୁମତି ଦେଇଥିବା କହିଛନ୍ତି ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

Leave A Reply

Your email address will not be published.