Latest Odisha News

ସର୍ବସାଧାରଣଙ୍କ ପାଇଁ ୧ରୁ ଖୋଲିବ ରାଷ୍ଟ୍ରପତି ଭବନ

ନୂଆଦିଲ୍ଲୀ: ଡିସେମ୍ୱର ୧ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନ । ସପ୍ତାହକୁ ୫ ଦିନ ରାଷ୍ଟ୍ରପତି ଭବନକୁ ପ୍ରବେଶ ସୁବିଧା ମିଳିବ । ସୋମବାର ଓ ମଙ୍ଗଳବାର ବ୍ୟତୀତ ଅନ୍ୟ ଦିନମାନଙ୍କରେ ସର୍ବସାଧାରଣଙ୍କ ଭ୍ରମଣ ପାଇଁ ରାଷ୍ଟ୍ରପତି ଭବନକୁ ପ୍ରବେଶ ମିଳିବ ।

BjdElectrycity

ପୂର୍ବାହ୍ନ ୧୦ଟାରୁ ୧୧, ୧୧ରୁ ୧୨, ୧୨ଟାରୁ ଗୋଟାଏ, ଅପରାହ୍ନ ୨ଟାରୁ ୩ଟା ଓ ୩ଟାରୁ ୪ ଟା ଏହିପରି ୧ଘଣ୍ଟା ପାଇଁ ପ୍ରବେଶ ଅନୁମତି ମିଳିବ ବୋଲି ସୋମବାର ଏନେଇ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି। ରାଷ୍ଟ୍ରପତି ଭବନ ପରିସର ବୁଲି ଦେଖିବା  ବ୍ୟତୀତ ଲୋକେ ମଙ୍ଗଳବାରରୁ ରବିବାର ପର୍ଯ୍ୟନ୍ତ ସପ୍ତାହର ଛଅ ଦିନ ରାଷ୍ଟ୍ରପତି ସଂଗ୍ରହାଳୟ କମ୍ପ୍ଲେକ୍ସ ପରିଦର୍ଶନ କରିପାରିବେ। ଏହା ସହିତ ଶନିବାର ଲୋକେ ରାଷ୍ଟ୍ରପତି ଭବନର ପ୍ରାଙ୍ଗଣରେ ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଗାର୍ଡ ପରିବର୍ତ୍ତନ ସମାରୋହକୁ ମଧ୍ୟ ଦେଖିପାରିବେ। ରାଷ୍ଟ୍ରପତି ଭବନ ଭିତରକୁ ପ୍ରବେଶ ପାଇଁ ଲୋକେ http://rashtrapatisachivalaya.gov.in/rbtour  ଲିଙ୍କ୍ ରେ ଅନଲାଇନ ସ୍ଲଟ୍ ବୁକ୍ କରିପାରିବେ ।

Leave A Reply

Your email address will not be published.