Latest Odisha News

BREAKING NEWS

ଚନ୍ଦ୍ରର ମାଧ୍ୟାକର୍ଷଣକୁ ମାପି ଚନ୍ଦ୍ରପୃଷ୍ଠ ନିକଟତର ହେଲା ନାସାର ସ୍ପେସକ୍ରାଫ୍ଟ ‘ଓରିଅନ୍’

ନୂଆଦିଲ୍ଲୀ: ନାସାର ‘ଓରିଅନ’ ସ୍ପେସକ୍ରାଫ୍ଟ ଚନ୍ଦ୍ର ନିକଟ ଦେଇ ଗତି କରିଛି । ଗତକାଲି ଚନ୍ଦ୍ର ଅକ୍ଷ ଚାରିପାଖେ ବୁଲୁ ବୁଲୁ ଚନ୍ଦ୍ରର ମାଧ୍ୟାକର୍ଷଣକୁ ମାପି ‘ଓରିଅନ’ ଚନ୍ଦ୍ର ପୃଷ୍ଠର ୧୦୦ କିଲୋମିଟର ପରିସର ଭିତରେ ପହଞ୍ଚିପାରିଛି । ଚନ୍ଦ୍ର ଅକ୍ଷ ଭିତରକୁ ପ୍ରବେଶ ଓ ବାହାରିବା ପ୍ରକ୍ରିୟାକୁ ସହଜ କରିବାକୁ ବାରମ୍ବାର ପ୍ରୟାସ ଜାରି ରଖିଛି ଓରିଅନ । ଆର୍ଟିମିସ୍-ଓ୍ୱାନ୍ ନାମକ ଏହି ମିଶନ ମହାକାଶକୁ ମାନବ ଯାତ୍ରା ସୁରକ୍ଷିତ କି ନାହିଁ ସୁନିଶ୍ଚିତ କରିବ ।

୫ ଦିନ ତଳେ ଆମେରିକାର ଫ୍ଲୋରିଡାରୁ ଏହା ଲଞ୍ଚ ହୋଇଥିଲା । ୨୫ ଦିନର ଚନ୍ଦ୍ର ମିଶନରେ ‘ଓରିଅନ’କୁ ମହାକାଶକୁ ପଠାଇଛି ନାସା । ଚନ୍ଦ୍ରକୁ ପରିକ୍ରମଣ କରି ଏହା ସୁରକ୍ଷିତ ଭାବେ ପୃଥିବୀପୃଷ୍ଠକୁ ଫେରିବ ବୋଲି ଆଶା ରଖିଛନ୍ତି ନାସା ବୈଜ୍ଞାନିକ । ଆସନ୍ତାବର୍ଷ ପୁଣି ‘ଓରିଅନ’ ସ୍ପେସକ୍ରାଫ୍ଟରେ ମହାକାଶଚାରୀଙ୍କୁ ପଠାଯିବାର ଯୋଜନା ରଖିଛି ନାସା ।

ଡିସେମ୍ୱର ୧୧ ତାରିଖରେ ‘ଓରିଅନ’ ପୃଥିବୀପୃଷ୍ଠକୁ ଫେରି ପ୍ରଶାନ୍ତ ମହାସାଗରରେ ଅବତରଣ କରିବ । ୧୯୭୨ରେ ଆପୋଲୋ ମିଶନଠାରୁ ଆରମ୍ଭ କରିବା ପରେ  ପ୍ରଥମ ଥର ପାଇଁ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାକୁ ଉଦ୍ୟମ ଜାରି ରଖିଛି ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ।

Leave A Reply

Your email address will not be published.