Latest Odisha News

BREAKING NEWS

ଆସନ୍ତା ୨ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା: ଏହି ସବୁ ସ୍ଥାନ ପାଇଁ ସତର୍କ ସୂଚନା ଜାରି କଲା ଆଇଏମଡି

ଭୁବନେଶ୍ୱର:ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଆସନ୍ତା ୨ ଘଣ୍ଟା ପାଇଁ ସତର୍କ ସୂଚନା ଜାରି କରିଛି । ରାଜଧାନୀ ଭୁବନେଶ୍ୱର ସମେତ ପୁରୀ, ଖୋର୍ଦ୍ଧାକୁ ଏହି ସତର୍କ ସୂଚନା ଜାରି କରାଯାଇଛି ।

ଆଇଏମଡି ପକ୍ଷରୁ କୁହାଯାଇଛି, ଆସନ୍ତା ୨ ଘଣ୍ଟା ଭିତରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡଘଡି ବିଜୁଳି ସହ ବର୍ଷା ହୋଇପାରେ । ପରିବର୍ତ୍ତିତ ପାଗ ଉପରେ ନଜର ରଖି ସୁରକ୍ଷିତ ସ୍ଥାନରେ ରହିବା ପାଇଁ ଏହି ସବୁ ଜିଲ୍ଲାବାସୀଙ୍କୁ ସତର୍କ କରାଯାଇଛି ।

ବୁଧବାର ଅପରାହ୍ନରୁ ରାଜ୍ୟରେ ପାଗ ମେଘୁଆ ଥିବାବେଳେ କିଛି ଅଞ୍ଚଳରେ ବର୍ଷା ହୋଇଯାଇଛି । ଫଳରେ ମେ’ ମାସର ଖରା ଓ ଗୁଳୁଗୁଳିରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଛି । ଗତକାଲି ଅପରାହ୍ନରେ ବର୍ଷା ଯୋଗୁ ବମିଖାଲ, ଇସ୍କନମ ମନ୍ଦିର ସମ୍ମୁଖ ଏବଂ ଅନ୍ୟ କେତେକ ସ୍ଥାନ ଜଳମଗ୍ନ ହୋଇ ଯାଇଥିଲା । ଗତକାଲି ରାଜଧାନୀରେ ୭.୭ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

 

 

Leave A Reply

Your email address will not be published.