Latest Odisha News

BREAKING NEWS

ବାତିଲ୍ ହେଲା ସିବିଏସଇ ଦଶମ, ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ (ସିବିଏସଇ) ଚଳିତ ବର୍ଷର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ୍ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି । ଏନେଇ ବୁଧବାର ଦିନ ସିବିଏସଇ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି । ଏପରିକି ଦଶମ ବୋର୍ଡ଼ ପରୀକ୍ଷାର ଯେଉଁ କେତେକ ପରୀକ୍ଷା କରୋନା ମହାମାରୀ ଯୋଗୁଁ ସସପେଣ୍ଡ ହୋଇଥିଲା ତାହାକୁ ମଧ୍ୟ ବାତିଲ୍ କରାଯାଇଛି ।

ଅଧିକ ପଢନ୍ତୁ – ବ୍ୟାଙ୍କ ମ୍ୟାନେଜରଙ୍କୁ କରୋନା; ସିଲ୍ ହେଲା ଏସବିଆଇର ୨ ବ୍ରାଞ୍ଚ ଅଫିସ୍

ସିବିଏସଇ ପକ୍ଷରୁ ସୋଲିସିଟର୍ ଜେନେରାଲ୍ ତୁଷାର ମେହେଟ୍ଟା ଅଦାଲତଙ୍କୁ ଜଣାଇ କହିଛନ୍ତି ଯେ, ଆସନ୍ତା ଜୁଲାଇ ୧ରେ ଦିଲ୍ଲୀ, ମହାରାଷ୍ଟ୍ର ଏବଂ ତାମିଲନାଡୁରେ ହେବାକୁ ଥିବା ପରୀକ୍ଷା କରୋନା ମହାମାରୀ ଯୋଗୁଁ କରିବା କଷ୍ଟକର ।

ଏଠାରେ ସୂଚନାଯୋଗ୍ୟ, ଆସନ୍ତା ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା କରିବାକୁ ସିବିଏସଇ ପକ୍ଷରୁ ସମସ୍ତ ପ୍ରକାର ଆନୁଷଙ୍ଗିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା । ପରେ ଏହି ପରୀକ୍ଷା କରିବା ନେଇ ଅଭିଭାବକମାନେ ମିଳିତ ରୂପେ ବିରୋଧ କରିଥିଲେ । କରୋନା ମହାମାରୀରେ ଏହି ପରୀକ୍ଷା କରିବା ଉଚିତ୍ ହେବନାହିଁ ବୋଲି ଅଭିଭାବକ ମାନେ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ ।

ଅଭିଭାବକମାନେ ମାର୍ଚ୍ଚମାସରେ ଅନୁଷ୍ଠିତ ହୋଇଥିବା ଇଣ୍ଟରନାଲ ଓ ପ୍ରାକ୍ଟିକାଲ ପରୀକ୍ଷାର ଫଳାଫଳକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କୁ ମାର୍କ ଦେବାକୁ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲେ । ସୁପ୍ରିମକୋର୍ଟ ମଧ୍ୟ ଗତ ସପ୍ତାହରେ ଏକ ଶୁଣାଣିରେ ପରୀକ୍ଷା ବାତିଲ୍ କରିବା ସମ୍ପର୍କରେ ଆଉଥରେ ବିଚାର କରିବାକୁ ବୋର୍ଡ଼କୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.