Latest Odisha News

BREAKING NEWS

ଦେଶର ପ୍ରତ୍ୟକ ରାଜ୍ୟରେ ଏନ୍ଆରସି ଲାଗୁ ହେବା ଦରକାର: ଭୈୟାଜୀ ଯୋଷୀ

ସଂପୂର୍ଣ୍ଣ ଦେଶରେ ଏନ୍ଆରସି ଲାଗୁ ହେବା ଉଚିତ । ସଂପୂର୍ଣ୍ଣ ଦେଶରେ ଅନୁପ୍ରବେଶ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଏକ ରାଷ୍ଟ୍ରୀୟନୀତି ନିର୍ମାଣ ପୂର୍ବକ ତାଙ୍କପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ । ଏହା ସରକାରଙ୍କ କାର୍ଯ୍ୟ । ବର୍ତ୍ତମାନ ଆସାମରେ ଏହାର ପ୍ରୟୋଗ କରା ଯାଇଛି, ଯାହା ସଂପୂର୍ଣ୍ଣ ଦେଶରେ ଲାଗୁ କରାଯିବା ଉଚିତ ବୋଲି ସାମ୍ବାଦିକମାନଙ୍କର ଏନ୍ଆରସି ବିଷୟରେ ପଚାରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ରାଷ୍ଟ୍ରୀୟ
ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ ମାନନୀୟ ସୁରେଶ (ଭୈୟାଜୀ ) ଯୋଷୀ ଏକଥା ଉଲ୍ଲେଖ କରିଛନ୍ତି ।

ଭୁବନେଶ୍ୱରରେ ଚାଲିଥିବା ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର ସମାପନ ଦିବସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ  ସୁରେଶ (ଭୈୟାଜୀ ) ଯୋଷୀ କହିଲେ ଯେ, ସଂପୂର୍ଣ୍ଣ ଦେଶରେ ରାଷ୍ଟ୍ରୀୟ ସ୍ୱୟଂସେକ ସଂଘ ପକ୍ଷରୁ ୧ ଲକ୍ଷ ୫୦ରୁ ଉଦ୍ଧ୍ୱର୍ ସେବାକାର୍ଯ୍ୟ ଚାଲୁ ରହିଛି । ୨୦ ଟି ସ୍ଥାନରେ ଚିକିତ୍ସାଳୟ ଏବଂ ୧୫ଟି ରକ୍ତ ଭଣ୍ଡାର ମଧ୍ୟ ସଂଚାଳିତ ହେଉଛି ।
ସେ କହିଥିଲେ ଯେ, ପାକୃତିକ ବିପର୍ଯ୍ୟୟ ସମୟରେ ସଂଘ ବିଭିନ୍ନ ସହାୟତା କାର୍ଯ୍ୟ ଆରମ୍ଭ ଦିନରୁ ଚାଲୁ ରଖିଥିଲା ହେଲେ ୧୯୮୯ ମସିହାରୁ ଏକ ଯୋଜନା ବଦ୍ଧ ଭାବରେ ସେବା କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରାଗଲା ।

ବ•ର୍ମାନ ଦେଶର କୋଣ ଅନୁକୋଣରେ ସ୍ୱୟଂସେବକମାନଙ୍କ ଦ୍ୱାରା ଦେଢଲକ୍ଷରୁ ଉଦ୍ଧ୍ୱର୍ ସେବା ପ୍ରକଳ୍ପ ଚାଲୁ ରହିଛି । ୨୦ଟି ସ୍ଥାନରେ ସ୍ୱୟଂସେବକମାନେ ୫୦ ରୁ ୧୫୦ ଶର୍ଯ୍ୟା ବିଶିଷ୍ଟ ଡାକ୍ତରଖାନା ସଂଚାଳିତ କରୁଛନ୍ତି । ଏହା ବ୍ୟତିତ ୧୫ଟି ରକ୍ତ ଭଣ୍ଡାର ମଧ୍ୟ କାର୍ଯ୍ୟରତ ଯାହା ସେ ଅଂଚଳର ଆବଶ୍ୟକତାର ୫୦ ପ୍ରତିଶତ ପୂରଣ କରି ପାରୁଛି । ଏହାଛଡା ଦିବ୍ୟାଙ୍ଗମାନଙ୍କ ସେବା କ୍ଷେତ୍ରରେ ମଧ୍ୟ ସ୍ୱଂୟସେବକମାନେ କାର୍ଯ୍ୟ କରୁଛନ୍ତି । ପ୍ରତିବର୍ଷ ୩ ହଜାରରୁ ୪ ହଜାର ନେତ୍ରଦାନ ସ୍ୱୟଂସେବକମାନଙ୍କ ପ୍ରଚେÂାରେ ସଫଳ ହୋଇ ପାରୁଛି । ଏହାଛଡା ଗ୍ରାମବିକାଶ କ୍ଷେତ୍ରରେ ମଧ୍ୟ
ସ୍ୱୟଂସେବକମାନଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଦେଶର ୨୫୦ଟି ଗ୍ରାମରେ ସେହି ଗ୍ରାମବାସୀଙ୍କ ସହଯୋଗକୁ ନେଇ ବିକାଶର ମଡେଲ ପ୍ରତିÂା କରାଯାଇଛି । ସେ କହିଥିଲେ ଯେ ଆମର ପରିକଳ୍ପନା ହେଉଛି ଗ୍ରାମର ବିକାଶ ପାଇଁ ସେଠାକାର ନିବାସୀ ସ୍ୱଇଛାରେ କାର୍ଯ୍ୟ କରନ୍ତୁ । ସଂଘ ଏଥିରେ ସହଯୋଗ କରିବ । ସରକାର୍ଯ୍ୟବାହ କହିଲେ ଯେ, ଗ୍ରାମବିକାଶର ମଡେଲରେ ୫ଟି କ୍ଷେତ୍ର ଯଥା ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ସାମାଜିକ ସଦ୍ଭାବନା ଏବଂ ସ୍ୱାବଲମ୍ବନକୁ ସାମିଲ କରାଯାଇଛି । ଦେଶର ଏକଲକ୍ଷରୁ ଅଧିକ ଗ୍ରାମରେ ସଂଘର ବିଚାରକୁ ବୁଝିବା, ସହଯୋଗ କଲାଭଳି ବ୍ୟକ୍ତିବିଶେଷ
ରହିଛନ୍ତି । ପ୍ରତିଦିନ ସଂଘର ଶାଖାକୁ ଆସୁଥିବା ସ୍ୱୟଂସେବକମାନଙ୍କର ସଂଖ୍ୟା ୫ ଲକ୍ଷରୁ ଉଦ୍ଧ୍ୱର୍ । ଯେଉଁମାନଙ୍କର ବୟସ ୧୬ ବର୍ଷରୁ ଅଧିକ । ଏହାଛଡା ୧୬ ବର୍ଷରୁ କମ୍ ବୟସର ୪ଲକ୍ଷ ସ୍ୱୟଂସେବକ ମଧ୍ୟ ପ୍ରତିଦିନ ଶାଖା ଆସୁଛନ୍ତି । ଦେଶରେ ୫୯ହଜାର ଗ୍ରାମୀଣ ମଣ୍ଡଳ ମଧ୍ୟରୁ ପାଖାପାଖି ୩୦ ହଜାର ଗ୍ରାମରେ ସଂଘକାର୍ଯ୍ୟ ଚାଲୁଅଛିା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ବିଷୟକ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ, ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ଠାରେ ମନ୍ଦିର ନିର୍ମାଣ ପାଇଁ ସମସ୍ତ ବାଧା ଦୂର କରାଯିବା ଆବଶ୍ୟକ । ବ•ର୍ମାନ ଏ ମାମଲାର ଶୁଣାଣି ସମାପ୍ତ ହୋଇ ସାରିଛି । ଆମେ ଆଶାକରୁ ଯେ, ନ୍ୟାୟାଳୟର ନିର୍ଣ୍ଣୟ ହିନ୍ଦୁ ସମାଜ ସପକ୍ଷରେ ଯିବ । ଅଦାଲତ ବାହାରେ ଏହି ସମସ୍ୟାର ସମାଧାନକୁ ନେଇ ପଚରା ଯାଉଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ, ସଦ୍ଭାବନା ପୂର୍ବକ ସମସ୍ୟାର ସମାଧାନ କରିବା ନିମନ୍ତେ ଅନେକ ପ୍ରଚେÂା କରାଯାଇଥିଲା । ଯଦି ଏହା ସମ୍ଭବ ହୋଇଥାନ୍ତା ,ତାହାହେଲେ ସମ୍ରଗ ବିଶ୍ୱରେ ଭାରତର ପ୍ରତିÂା ବଢିଥାନ୍ତା । ଆମେ ମଧ୍ୟ ଏଭଳି ପ୍ରଚେÂାକୁ ସ୍ୱାଗତ କରିଥିଲୁ କିନ୍ତୁ ଏହା ସମ୍ଭବ ହୋଇ ପାରିଲା ନାହିଁ । ଯଦ୍ୱାରା ନ୍ୟାୟାଳୟରେ ଅନେକ ସମୟଧରି ମାମଲାର ବିଚାର ଚାଲିଥିଲା । କାର୍ଯ୍ୟାନୁଷ୍ଠାନ ନ୍ୟାୟାଳୟରେ ଶୁଣାଣିକାର୍ଯ୍ୟ ସଂପୂର୍ଣ୍ଣ ହୋଇ ସାରିଛି । ବର୍ତ୍ତମାନ ଆମକୁ ନିର୍ଣ୍ଣୟକୁ ପ୍ରତିକ୍ଷା କରିବାକୁ ହେବ ।

ଦେଶରେ ସମାନ ନାଗିରିକ ସଂହିତା ଆଇନ୍ ଲାଗୁ କରାଯିବା ସମ୍ବନ୍ଧିତ ପ୍ରଶ୍ନର ଉତ୍ତର ଦେଇ ଭୈୟାଜୀ ଯୋଷୀ କହିଲେ ଯେ, ଏହା ବହୁ ପୁରାତନ ଦାବି । ସଂମ୍ବିଧାନ ନିର୍ମାଣ ସମୟରେ ଏ ବିଷୟରେ ନିର୍ଣ୍ଣୟ କରାଯିବା ଦରକାର ଥିଲା ା କୌଣସି ଦେଶରେ ନାଗରିକମାନଙ୍କ ପାଇଁ ଏକ ସମାନ ଆଇନ୍ ହେବା ଉଚିତ । ଏହାସମସ୍ତଙ୍କ ହିତକାରଙ୍କ ମଧ୍ୟ । କାଶ୍ମୀର ପଣ୍ଡିତମାନଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧିତ ପ୍ରଶ୍ନର ଉତ୍ତର ଦେଲାବେଳେ ସେ କହିଲେ ଯେ, ସୁରକ୍ଷାଗତ କାରଣ ଯୋଗୁଁ କାଶ୍ମୀରୀ ପଣ୍ଡିତମାନେ ନିଜ ଘର ଛାଡି ପଳାୟନ କରିବାକୁ ବାଧ୍ୟ ହୋଇଥିଲେ । ଆମେ ଚାହୁଁ ଯେ କାଶ୍ମୀରରେ
ସୁରକ୍ଷାର ବାତାବରଣ ଫେରିଆସୁ । କାଶ୍ମୀର ହିନ୍ଦୁ ସମାଜ ନିଜ ଘରକୁ ସୁରକ୍ଷା ପୂର୍ବକୁ ଫେରି ଆସନ୍ତୁ । ଅଖଣ୍ଡ ଭାରତ ସମ୍ବନ୍ଧିତ ପ୍ରଶ୍ନର ଉତ୍ତର ଦେଇ ସେ କହିଲେ ଯେ, ବିଭାଜିତ ଭାରତର ସମସ୍ତ ଅଂଚଳରେ ଏକ ପ୍ରକାର ସାଂସ୍କୃତିକ ଧାରା ରହିଛି । ପଶ୍ଚିମବଙ୍ଗରେ ଜାରି ରହିଥିବା ହିଂସାକାଣ୍ଡକୁ ନେଇ ସେ କହିଲେ ଯେ, ଏହା ସରକାରଙ୍କ ଦାୟିତ୍ୱ ଯେ, ସେ ନିଜ ନାଗିରିକମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତୁ । ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ ବାମପନ୍ଥୀଙ୍କ ଶାସନ କାଳରେ ସଂପୂର୍ଣ୍ଣ ସମାଜ ଭୟର ବାତାବରଣ ଭିତରେ ଥିଲା କିନ୍ତୁ ବର୍ତମାନ ଗୋଟିଏ ନିର୍ଦ୍ଧିଷ୍ଟ ସମାଜକୁ ଭୟଭିତ କରିବାକୁ ଚେଷ୍ଟା କରାଯାଉଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ଶ୍ରୀ ଅରୁଣ କୁମାର ଓ ଅଖିଳ ଭାରତୀୟ ସହ-ପ୍ରଚାର ପ୍ରମୁଖ ଶ୍ରୀ ନରେନ୍ଦ୍ର ଠାକୁର ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.