Latest Odisha News

BREAKING NEWS

ଟିକଟକ ନିଶା: ଛାତରୁ ପଡି ମେଡିକାଲ ବେଡ଼ରୁ ଭିଡିଓ ସେୟାର କଲେ ଯୁବକ

ରାଉରକେଲା: ରାଉଲକେଲା ସେକ୍ଟେର ୬ରେ ଅକ୍ଟୋବର ୧୫ ତାରିଖରେ ଜଣେ ଯୁବକ ଟିକଟକ ଭିଡିଓ କରୁଥିବା ସମୟରେ ଦୁଇ ମହଲା ଛାତରୁ ପଡି ଯାଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ୧୯ ବର୍ଷୀୟ ଏହି ଯୁବକଙ୍କ ନାମ ଅନିଲ ଗୋଚ୍ଛାୟତ ବୋଲି ଜଣା ପଡ଼ିଛି ।

ତେବେ ଅନିଲ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଥିଲେ ମଧ୍ୟ ଶୁକ୍ରବାର ଦିନ ଆଉ ଏକ ଭଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ମେଡିକାଲ ବେଡ଼ରେ ଶୋଇଥିବା ନଜର ଆସିଛି । ଏଥିରୁ ସ୍ପଷ୍ଟ ବାରି ହୋଇ ଯାଉଛି ସୋସିଆଲ ମିଡିଆ ପ୍ରତି ଅନିଲଙ୍କ ନିଶା ।

ଚାଇନାର ବେଜିଙ୍ଗ ଠାରେ ନିର୍ମିତ ଏହି ‘ଆପ’ ପ୍ରତି ଆଜିର ଯୁବପୀଢ଼ିଙ୍କ ମଧ୍ୟରେ ଦେଖା ଦେଉଥିବା ଅହେତୁକ ଆକର୍ଷଣ ଅଭିଭାବକ ମାନଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି ।

ସୂଚନାଯୋଗ୍ୟ, ଏପ୍ରିଲ ୧୭ରେ ମଧ୍ୟପ୍ରଦେଶ ହାଇକୋର୍ଟର ଏହି ଆପକୁ ବ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.