Latest Odisha News

BREAKING NEWS

‘ସ୍ୱାବଲମ୍ବୀ ହେବୁ, ସ୍ୱାଭିମାନର ସହ ବଞ୍ଚିବୁ’-ବାଲିଯାତ୍ରାରେ ଏମିତି ବାର୍ତ୍ତା ଦେଲେ ଦିବ୍ୟାଙ୍ଗ ଓ କିନ୍ନର

କଟକ: ଦିବ୍ୟାଙ୍ଗ ଓ କିନ୍ନର ହେବେ ସ୍ୱାବଲମ୍ବୀ ।ସମାଜର ମୁଖ୍ୟ ସ୍ରୋତରେ ହେବେ ସାମିଲ । ହାତ ପତେଇ ନୁହେଁ ସ୍ୱାଭିମାନର ସହିତ ବଞ୍ଚିବେ ସେମାନେ । ଏଭଲି ଏକ ପ୍ରୟାସର ଝଲକ ଦେଖିବାକୁ ମିଳିଥିଲା କଟକ ବାଲିଯାତ୍ରାରେ । ସରକାରଙ୍କର ଭିନ୍ନକ୍ଷମ ଶସକ୍ତିକରର୍ଣ ବିଭାଗ ତରଫରୁ ବାଲିଯାତ୍ରା କିନ୍ନର ଓ ଦିବ୍ୟାଙ୍ଗଙ୍କୁ ଦିଆଯାଇଛି ମାଗଣା ଷ୍ଟଲ । ସେମାନେ ବିଭିନ୍ନ ଦ୍ରବ୍ୟ ବିକ୍ରି କରି ଭଲ ଦି ପଇସା କମାଉଛନ୍ତି ।  ସେମାନଙ୍କ ମନୋବଳକୁ ବି ବଢାଇ ଦେଇଛନ୍ତି ଗ୍ରାହକ । ଜିନିଷ କ୍ରୟ କରିବାକୁ ଏମାନଙ୍କ ଷ୍ଟଲରେ ଦେଖାଯାଉଛି ଲୋକଙ୍କ ଭିଡ଼ ।

କାହା ଷ୍ଟଲରେ ଅଛି  ହାତ ତିଆରି ବିଭିନ୍ନ ସାମଗ୍ରୀ ସହିତ ବ୍ରହ୍ମପୁରର ପ୍ରସିଦ୍ଧ  ଆଚାର ପାମ୍ପଡ଼ ତ  ଆଉ କିଏ ବିକୁଛି ଘରକରଣା ଜିନିଷ ।  କିଏ ପୁଣି ବିକୁଛି ପ୍ରସାଧନ ସାମଗ୍ରୀ । ଷ୍ଟଲ ଆଗରେ ଜିନିଷ କିଣିବାକୁ  ଲୋକଙ୍କ ଭିଡ଼ ।  ଆପଣ ଭାବୁଥିବେ, ବାଲିଯାତ୍ରାରେ ଏ ତ ସାଧାରଣ କଥା । ବାଲିଯାତ୍ରାରେ ତ ଏସବୁ ସବୁବର୍ଷ ମିଳେ । ହେଲେ ଏଠି ଟିକେ ବ୍ୟତିକ୍ରମ ରହିଛି । ଏଠି ଷ୍ଟଲ ଅଛି,ସାମଗ୍ରୀ ବି ଅନ୍ୟ ଷ୍ଟଲ ଭଳି । ହେଲେ ବିକ୍ରୟ କରୁଥିବା ବ୍ୟବସାୟୀ ଏଠି ସ୍ୱତନ୍ତ୍ର । ସମାଜରେ ଅଣଦେଖା ହେଉଥିବା ଦିବ୍ୟଙ୍ଗ ଆଉ କିନ୍ନର ଏମାନେ ।  ସ୍ୱାବଲମ୍ବୀ ହେବେ, ସ୍ୱାଭିମାନର ସହ ବଞ୍ଚିବେ । ଏଇ ଲକ୍ଷ୍ୟ ନେଇ  ଦି ପଇସା କମେଇବାକୁ ସେମାନେ ଏଭଳି ଷ୍ଟଲରେ ବିକ୍ରି କରୁଛନ୍ତି ବିଭିନ୍ନ ସାମଗ୍ରୀ। ସାଧାରଣ ଲୋକଙ୍କ ସହିତ ସମାନ କରି ସୁଯୋଗ ଦେଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଏମାନେ ।

ରାଜ୍ୟ ସରକାରଙ୍କର ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ତରଫରୁ ଏଥର ବାଲିଯାତ୍ରାରେ ୪୪ ଟି ଷ୍ଟଲ ଖୋଲାଯାଇଛି  । ଏହି ଷ୍ଟଲରେ ଜିନିଷ ବିକ୍ରି କରୁଛନ୍ତି କିନ୍ନର ଓ ଦିବ୍ୟାଙ୍ଗ  । ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ମାଗଣାରେ ଷ୍ଟଲ ଗୁଡିକ ଯୋଗାଇ ଦିଆଯିବା ସହ ସେମାନଙ୍କର ରାତ୍ରି ରହଣିର ବ୍ୟବସ୍ଥା ମଧ୍ୟ କରାଯାଇଛି । ରାଜ୍ୟର ବହୁ ଜିଲ୍ଲାର ଅନେକ ଦିବ୍ୟଙ୍ଗ ଆଉ କିନ୍ନର ଏଥିରେ ଯୋଗ ଦେଇ ବିକ୍ରି କରୁଛନ୍ତି  ଭଳିକିଭଳି ଜିନିଷ । ସେମାନଙ୍କୁ ବିଭାଗ ତରଫରୁ ପ୍ରୋତ୍ସାହିତ କରାଯିବ ସହିତ ସେମାନଙ୍କ ଠାରୁ ଜିନିଷ କିଣି ସେମାନଙ୍କୁ ସଶକ୍ତ କରିବାରେ ସହାୟକ ହେବାକୁ ଅପିଲ କରିଛନ୍ତି ବିଭାଗୀୟ ଅଧିକାରୀ

 

Leave A Reply

Your email address will not be published.