Latest Odisha News

BREAKING NEWS

ଦୁନିଆର ଏମିତି ସ୍ଥାନ ଯେଉଁଠି ୬ ମାସ ଲେଖାଏ ଶାସନ କରନ୍ତି ୨ ଦେଶ

ନୂଆଦିଲ୍ଲୀ: ନିର୍ଦ୍ଦିଷ୍ଟ ସ୍ଥାନ ଉପରେ କୌଣସି ଏକ ଦେଶର ଆଧିପତ୍ୟ ଥାଏ । ସେହି ଦେଶର ସେନା ସେଠାର ସୁରକ୍ଷା ଦାୟିତ୍ୱରେ ରୁହେ । କିନ୍ତୁ ଫ୍ରାନ୍ସ ଓ ସ୍ପେନ୍ ସୀମାରେ ଏମିତି ଏକ ଦ୍ୱୀପ ଅଛି ଯେଉଁଠି ଦୁଇ ଦେଶର ସରକାର ୬ ମାସ ଲେଖାଏ ଚାଲେ । ନା ଏଥିପାଇଁ କିଛି ଲଢ଼େଇ ହୁଏ ନା ଝଗଡ଼ା । ପ୍ରାୟ ୩୫୦ ବର୍ଷ ହେଲା ଦୁଇ ଦେଶ ଏହି ପରମ୍ପରା ପାଳନ କରୁଛନ୍ତି ।

ଫିଜାଣ୍ଟ ନାମକ ଏହି ଦ୍ୱୀପ ଫେବ୍ରୁଆରୀରୁ ଜୁଲାଇ ୩୧ ଯାଏ ସ୍ପେନ୍ ଏବଂ ଅଗଷ୍ଟରୁ ଜାନୁଆରୀ ୩୧ ଯାଏ ଫ୍ରାନ୍ସ ନିୟନ୍ତ୍ରଣରେ ରହିଥାଏ । ଫ୍ରାନ୍ସ ଓ ସ୍ପେନ୍ ସୀମା ଦେଇ ବୋହି ଯାଇଥିବା ବିଦାସୋ ନଦୀରେ ରହିଛି ଫିଜାଣ୍ଟ ଦ୍ୱୀପ । ତେବେ ଏହି ଦ୍ୱୀପରେ କେହି ରୁହନ୍ତି ନାହିଁ । ବିଶେଷ ପର୍ବ ପର୍ବାଣୀକୁ ଛାଡ଼ିଦେଲେ ଅନ୍ୟ ଦିନରେ ଏହି ଦ୍ୱୀପକୁ କାହାକୁ ଛଡ଼ା ଯାଏ ନାହିଁ । କିନ୍ତୁ ଦ୍ୱୀପରେ ଦୁଇ ଦେଶର ସେନା ମୁତୟନ ଥାଆନ୍ତି ।

ଫିଜାଣ୍ଟ ଦ୍ୱୀପରେ ଏକ ଐତିହାସିକ ଅଟ୍ଟାଳିକା ରହିଛି । ଯାହା ୧୬୫୯ରେ ଘଟିଥିବା ଏକ ଘଟଣା ସହ ଜଡ଼ିତ । ଏହି ଫିଜାଣ୍ଟ ଦ୍ୱୀପକୁ ନେଇ ସ୍ପେନ୍ ଓ ଫ୍ରାନ୍ସ ମଧ୍ୟରେ ଝଗଡ଼ା ପରେ ୩ ମାସର ଆଲୋଚନା ହୋଇଥିଲା । ଶେଷରେ ୧୬୫୯ରେ ହୋଇଥିବା ଏକ ଚୁକ୍ତି ମୁତାବକ ଦୁଇ ଦେଶ ପାଳି ଅନୁସାରେ ରାଜ୍ କରନ୍ତି ।

ଦୁଇ ଦେଶ ସୀମାରେ ଥିବା ଏହି ଦ୍ୱୀପ ବେଶ୍ ଛୋଟ । ଫିଜାଣ୍ଟ ଦ୍ୱୀପର ଲମ୍ବ ୨୦୦ ମିଟର ହୋଇଥିବା ବେଳେ ଚଉଡ଼ା ୪୦ ମିଟର ଅଟେ । ତେବେ ବିଦାସୋ ନଦୀ ଗର୍ଭରେ ଥିବା ଫିଜାଣ୍ଟ ଦ୍ୱୀପ ଏବେ ବିପଦରେ । ନଦୀ ଗର୍ଭରେ ଫିଜାଣ୍ଟ ଦ୍ୱୀପର ଅନେକ ଅଂଶ ଲୀନ ହୋଇ ଗଲାଣି । ଦ୍ୱୀପକୁ ନେଇ ଯଦିଓ ଫ୍ରାନ୍ସ ଓ ସ୍ପେନ୍ ଭିଡ଼ାଭିଡ଼ି ହେଉଛନ୍ତି ତଥାପି ଐତିହ୍ୟର ସୁରକ୍ଷା ନେଇ ଦୁଇ ଦେଶ ଟଙ୍କାଟିଏ ଖର୍ଚ୍ଚ କରିବାକୁ ଚାହୁଁ ନାହାନ୍ତି ।

Leave A Reply

Your email address will not be published.