Latest Odisha News

BREAKING NEWS

ତୁଟୁନି ପଦ୍ମପୁର ଅଡ଼ୁଆ, ପାଇକମାଲକୁ ଏନଏସି ମାନ୍ୟତା ଦାବିରେ ୪୮ ଘଣ୍ଟିଆ ବନ୍ଦ ପାଳନ

ବରଗଡ଼: ପଦ୍ମପୁର ଉପନିର୍ବାଚନକୁ ନେଇ ଅଡ଼ୁଆ ଛିଡ଼ୁନି । ପ୍ରଥମେ ପଦ୍ମପୁରକୁ ଜିଲ୍ଲା ଦାବି ସହ ଚାଷୀ ଆନ୍ଦୋଳନ ପଦ୍ମପୁର ରାଜନୀତିକୁ ଭୁବନେଶ୍ୱରରୁ ଦିଲ୍ଲୀ ଯାଏ ଟାଣି ହୋଇ ଯାଇଛି । ଏବେ ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସୁଥିବା ପାଇକମାଲକୁ ଏନଏସି ମାନ୍ୟତା ଦାବି ହୋଇଛି ।

ଯାହାକୁ ନେଇ ଆଜଠୁ ୪୮ ଘଣ୍ଟିଆ ପାଇକମାଲ ବନ୍ଦ ପାଳୁଛି ପାଇକମାଲ ଜାଗରଣ ଯୁବ ସଂଗଠନ । ପାଇକମାଲକୁ ଏନଏନସି ମାନ୍ୟତା ସହ ପାଇକମାଲ ପିଏଚସିକୁ ଏରିଆ ହସ୍ପିଟାଲରେ ପରିଣତ ଏବଂ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି କରାଯାଇଛି ।

ବନ୍ଦ ପାଇଁ ପାଇକମାଲରେ ସମସ୍ତ ଦୋକାନବଜାର ସହ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ତେବେ ସ୍ୱାଭାବିକ ରହିଛି ଗାଡ଼ି ଚଳାଚଳ । ବୁଧବାର ପଦ୍ମପୁର କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଜିଲ୍ଲା ଦାବି କରିଥିଲା । ୨୦୨୩ ଡିସେମ୍ବର ୩୧ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ଲାଗି ନବୀନ ପ୍ରତିଶ୍ରୁତି ଦେଇଥିବା କହିଥିଲେ କ୍ରିୟାନୁଷ୍ଠାନ କମିଟିର ସଦସ୍ଯ ।

Leave A Reply

Your email address will not be published.