Latest Odisha News

BREAKING NEWS

ଅକ୍ଟୋବର ୧୬ରେ ଆସିବ NTA NEET ୨୦୨୦ ଫଳାଫଳ; ଏହି ତାରିଖରେ ହେବ ୨ୟ ପର୍ଯ୍ୟାୟ ପରୀକ୍ଷା

ନୂଆଦିଲ୍ଲୀ: ପୂର୍ବରୁ ରିପୋର୍ଟ ଅନୁଯାୟୀ, NTA NEET ୨୦୨୦ ଫଳାଫଳ ଆଜି ଘୋଷିତ ହେବ ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅକ୍ଟୋବର ୧୬ ରେ ଫଳାଫଳ ଘୋଷଣା କରାଯିବ।

ସର୍ବୋଚ୍ଚ ଅଦାଲତ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ କରୋନାଭାଇରସ୍ ହେତୁ ସେପ୍ଟେମ୍ବର ୧୩ ରେ ପରୀକ୍ଷା ଦେଇପାରିନଥିବା ଛାତ୍ରମାନେ ଅକ୍ଟୋବର ୧୪ ରେ ପରୀକ୍ଷା ପାଇଁ ହାଜର ହୋଇପାରିବେ।

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ସୋମବାର ଦିନ ଅପରାହ୍ନ ୧ଟା ସୁଦ୍ଧା ଫଳାଫଳ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି।

ଅକ୍ଟୋବର ୧୬ ରେ NTA ର ଅଫିସିଆଲ୍ ୱେବସାଇଟ୍ ntaneet.nic.in ରେ ଏକ ସକ୍ରିୟ ଲିଙ୍କ୍ ମାଧ୍ୟମରେ ଛାତ୍ରମାନଙ୍କ ପାଇଁ NEET ୨୦୨୦ ଫଳାଫଳ,ଚୂଡ଼ାନ୍ତ ଉତ୍ତର ଏବଂ କଟଅଫ୍ ସହି ଉପଲବ୍ଧ ହେବ ।

NEET ୨୦୨୦ ଫଳାଫଳ ଘୋଷଣା ପରେ, ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ (DGHS) ୧୫ ପ୍ରତିଶତ ଅଲ ଇଣ୍ଡିଆ କୋଟା (AIQ) ସିଟ୍ ପାଇଁ NEET କାଉନସେଲିଂ କରିବ। ୮୫ ପ୍ରତିଶତ କୋଟା ସିଟ୍ ପାଇଁ ସଂରକ୍ଷଣ ପ୍ରତ୍ୟେକ ରାଜ୍ୟର ନୀତି ଅନୁଯାୟୀ ଧାର୍ଯ୍ୟ ହେବ ।

Comments are closed.