Latest Odisha News

BREAKING NEWS

ସ୍ମୃତିରେ ହର ପଟ୍ଟନାୟକ….

ନାୟକ ତଥା ଖଳନାୟକ ଭୂମିକାରେ ଦର୍ଶକଙ୍କ ହୃଦୟ ଜିତି ଆସିଥିବା ହର ପଟ୍ଟନାୟକ ଏବେ ଆମ ଗହଣରେ ନାହାନ୍ତି ସତ ହେଲେ ତାଙ୍କ ଜୀବନ୍ତ ଅଭିନୟ ସର୍ବଦା ଦର୍ଶକ ହୃଦୟରେ ବଞ୍ଚିରହିବ।

ସେ ଏକାସଙ୍ଗେ ଥିଲେ ନିର୍ଦ୍ଦେଶକ,ଅଭିନେତା ଏବଂ ଚିତ୍ରନାଟ୍ୟକାର। ତାଙ୍କ ଜନ୍ମ ୧୨ ଅକ୍ଟୋବର ୧୯୫୮ରେ ହୋଇଥିଲା। ସେ ପ୍ରାୟ ୬୦ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ୧୯ଟି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିଲେ।

୧୯୯୦ରେ ସେ ତାଙ୍କ ପେସାଦାର୍‌ ଜୀବନ ଆରମ୍ଭ କରିଥିଲେ। ନିର୍ଦ୍ଦେଶକ ଭାବେ ତାଙ୍କ ପ୍ରଥମ ଫିଲ୍ମ ଥିଲା ‘ଦଇବ ଦଉଡ଼ି’। ଏହାପରେ ସେ ଆହୁରି ଅନେକ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ସେଥିମଧ୍ୟରୁ ‘କପାଳ ଲିଖନ’, ‘ଭାଗ୍ୟ ହାତେ ଡୋରି’, ‘ପୁଅ ମୋର ଭୋଳା ଶଙ୍କର’, ‘ପରଦେଶୀ ବାବୁ’, ‘ସାଥୀରେ’, ‘ବର୍ଷା ମାଇଁ ଡାର୍ଲିଂ’ ଆଦି ତାଙ୍କର ସୁପର୍‌ହିଟ୍‌ ସିନେମା ଥିଲା।

ନିର୍ଦ୍ଦେଶକ ଭାବେ ତାଙ୍କ ଶେଷ ଫିଲ୍ମ ଥିଲା ‘ଓମ ସାଇ ରାମ’। ନାୟକ ଅପେକ୍ଷା ଖଳନାୟକ ଭାବେ ତାଙ୍କ ଅଭିନୟକୁ ଦର୍ଶକ ବେଶି ପସନ୍ଦ କରୁଥିଲେ। ‘ଜୀବନ ସଂଗ୍ରାମ’ ହର ପଟ୍ଟନାୟକଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ଥିଲା।

‘ସହରୀ ବାଘ’, ‘ସୁନା ଚଢ଼େଇ’, ‘କୁରୁକ୍ଷେତ୍ର’, ‘ଛାତି ଚିରିଦେଲେ ତୁ’, ‘ପାଗଳ ପ୍ରେମୀ’, ‘ଅଗ୍ନି ପରୀକ୍ଷା’, ‘‌ମୋ କୋଳ ତୋ ଝୁଲଣା’ ଆଦି ହର ପଟ୍ଟନାୟକଙ୍କ ଅଭିନୀତ ସଫଳ ଚଳଚ୍ଚିତ୍ର।

Leave A Reply

Your email address will not be published.