Latest Odisha News

BREAKING NEWS

ଆଉ ନିଯୁକ୍ତି ପରୀକ୍ଷା କରିବନି ଏନଟିଏ…

ନୂଆଦିଲ୍ଲୀ: ଏଣିକି ଆଉ ନିଯୁକ୍ତି ପରୀକ୍ଷା କରିବ ନାହିଁ ଏନଟିଏ । କେବଳ ପ୍ରବେଶିକ ପରୀକ୍ଷା ଆୟୋଜିତ କରିବ । ଜାତୀୟ ପରୀକ୍ଷା ସଂସ୍ଥା (ଏନଟିଏ) ନୂଆଶିକ୍ଷା ବର୍ଷ ୨୦୨୫ରୁ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପାଇଁ କେବଳ ପ୍ରବେଶିକା ପରୀକ୍ଷା ଆୟୋଜିତ କରିବ । ନିଯୁକ୍ତି ପରୀକ୍ଷା ଆୟୋଜିତ କରିବ ନାହିଁ ବୋଲି ଆଜି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହିତ ସରକାର ଖୁବ୍ ଶୀଘ୍ର କମ୍ପ୍ୟୁଟର ବେଶ୍ ପରୀକ୍ଷାଗୁଡିକ ଟେକ୍ ଚାଳିତ ପ୍ରବେଶିକ ପରୀକ୍ଷା କରିବାକୁ ଯୋଜନା କରୁଛନ୍ତି ।

ଆଜି ସଂସଦରେ ଏହି ମନ୍ତବ୍ୟ ରଖି ମନ୍ତ୍ରୀ କହିଛନ୍ତି, ନିଟ୍ ୟୁଜି ପରୀକ୍ଷା ପେନ୍-ପେପର ମୋଡରେ ହେବ କି ଅନଲାଇନ ମାଧ୍ୟମରେ ଏନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଚାଲିଛି । ଏତିସହିତ ସେ ଏହା ବି ସ୍ପଷ୍ଟ କରିଛନ୍ତି ଯେ,  କମନ ୟୁନିଭରସିଟି ଏନଟ୍ରାନ୍ସ ଟେଷ୍ଟ(ସିୟୁଇଟି) ୟୁଜି ଆଗକୁ ବର୍ଷକୁ ଥରେ ଆୟୋଜିତ ହେବ । ୨୦୨୫ରେ ଜାତୀୟ ପରୀକ୍ଷା ସଂସ୍ଥା, ଏନଟିଏ ୨୦୨୫ରେ ପୁନଃଗଡିତ କରାଯିବ । ଏଥିରେ ଆହୁରି ୧୦ ପଦବୀ ସଂଯୁକ୍ତି କରାଯିବ ।

ତେବେ କହିରଖୁଛୁ, ନିଟ୍ ଏବଂ ନେଟ ପେପର ଲିକ୍ ଘଟଣା ବାରମ୍ବାର ଘଟିବା ପରେ କିଛି ଏଭଳି ସଂଶୋଧନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର ।

Leave A Reply

Your email address will not be published.