Latest Odisha News

BREAKING NEWS

ଡେବ୍ରିଗଡ଼ରେ ଠାବ ମହାବଳ ବାଘର ପରିଚୟ, ବୟସ ସ୍ପଷ୍ଟ କଲା ଏନଟିସିଏ

ସମ୍ବଲପୁର: ଡେବ୍ରିଗଡ଼ରେ ଠାବ ହୋଇଥିବା ମହାବଳର ପରିଚୟ ପାଇଲା ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏଟିସିଏ) । ଡେବ୍ରିଗଡ଼ ଅଭୟାରଣ୍ୟରେ ଗତ ନଭେମ୍ବର ୯ ତାରିଖରେ ପ୍ରଥମ ଥର ପାଇଁ ଠାବ ହୋଇଥିବା ଅଣ୍ଡିରା ବାଘର ପରିଚୟ ଓ ବୟସ ଏଟିସିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଛତିଶଗଡ଼ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ମିଳିଥିବା କ୍ୟାମେରା ଟ୍ରାପ୍ ଫଟୋ ଏବଂ ଅନ୍ୟାନ୍ୟ ଟେକ୍ନିକାଲ ତଥ୍ୟର ଯାଞ୍ଚ ସହ ବାଘର ଶରୀରରେ ଥିବା ଡୋରାର ନମୁନା ମେଳ କରାଯାଇ ଏହାର ପରିଚୟ ସ୍ପଷ୍ଟ କରାଯାଇଛି । ବାଘଟି ପ୍ରଥମେ ଛତିଶଗଡ଼ର ଉଦନ୍ତୀ-ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟରୁ ବାହାରି ବରନୱାପାରା ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଯାଇଥିଲା । ଏହାପରେ, ଓଡ଼ିଶାର ଡେବ୍ରିଗଡ଼ ଅଭୟାରଣ୍ୟକୁ ଚାଲି ଆସିଥିବା ଆକଳନ କରାଯାଉଛି।

ବାଘଟି ପୂର୍ବରୁ ୨୦୨୫ ମସିହାରେ ଛତିଶଗଡ଼ର ଉଦନ୍ତି-ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟରେ ଠାବ ହୋଇଥିଲା ଓ ଏହାର ବୟସ ବର୍ତ୍ତମାନ ୫ ବର୍ଷ ବୟସ ହେବ ବୋଲି ଏନଟିସିଏ ସ୍ପଷ୍ଟ କରିଛି ।

Leave A Reply

Your email address will not be published.