Latest Odisha News

BREAKING NEWS

ମମତା ହେଉଛନ୍ତି ବେଇମାନ ଓ ଅହଂକାରୀ, ସୋନିଆ ତାଙ୍କୁ ଭିକ ମାଗିବେନି: ଅଧିର ରଞ୍ଜନ

ନୂଆଦିଲ୍ଲୀ:କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ପୁଣି ଥରେ ଟିଏମସି ସୁପ୍ରିମୋ ମାୟାବତୀଙ୍କ ଉପରେ ଗର୍ଜିଛନ୍ତି । ଗଣ ମାଧ୍ୟମକୁ ପ୍ରତିକ୍ରିୟା ଦେବା ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ । ସେ କହିଛନ୍ତି କି, ମମତା ହେଉଛନ୍ତି ଜଣେ ବେଇମାନ ଏବଂ ଅହଂକାରୀ ନେତା ।

ଅଧିର ରଞ୍ଜନ କହିଛନ୍ତି ଯେ, ‘ଏହି ମହିଳା ରାଜୀବ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ଜଣେ ନେତା ହୋଇଥିଲେ। ଏହି ମହିଳା ଏତେ ବେଇମାନ ଓ ଅହଂକାରୀ ଯେ ଯିଏ ତାଙ୍କୁ ରାଜନୀତିକୁ ଆଣିଥିଲା ଏବେ ସେହି ଲୋକଙ୍କ ପ୍ରତି ସେ ଅହଂକାର ଦେଖାଉଛନ୍ତି।

ଅଧିର ଆହୁରି କହିଛନ୍ତି କି, ସୋନିଆ ଗାନ୍ଧୀ ତାଙ୍କୁ ଭିକ ମାଗୁ ନାହାନ୍ତି । ତମେ ମୋଦୀଙ୍କୁ ଧୋକା ଦେବାକୁ ଚାହୁଁନାହଁ । ତେଣୁ ତମେ ଆସନ ବାଣ୍ଟିବାକୁ ଚାହୁଁନାହଁ । ବିଜେପି ହିନ୍ଦୁତ୍ବକୁ ନେଇ ରାଜନୀତି କରୁଥିବାବେଳେ ତୁମେ ହିନ୍ଦୁତ୍ବକୁ ରୋକୁଛ । ମୋଦୀ ଅଯୋଧ୍ୟାରେ କୀର୍ତ୍ତନ କରୁଛନ୍ତି ଆଉ ତୁମେ ଗଙ୍ଗାସାଗରର ।  ତୁମ ଅହକାଂର ରହିବ ନାହିଁ । ସେ ନିଜେ କହିଥିଲେ କି, ଗଠବନ୍ଧନ କରିବା ପାଇଁ ।

ସୂଚନାଯୋଗ୍ୟ ଯେ, ଲୋକସଭା ନିର୍ବାଚନରେ ବିଜେପିକୁ ମାତ୍ ଦେବାକୁ ଏକାଠି ହୋଇଥିବା ବିରୋଧୀ ଦଳ ଇଣ୍ଡିଆ ମେଣ୍ଟର ଏକ ବୈଠକ ସମାପ୍ତ ହୋଇଛି । ମେଣ୍ଟର ପ୍ରମୁଖ ସଦସ୍ୟମାନେ ଭିସି ଯୋଗେ ଏହି ବୈଠକରେ ଯୋଗ ଦେଇଛନ୍ତି । ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକରେ ଯୋଗ ଦେଇନାହାନ୍ତି । ଆଜିର ବୈଠକରେ ସିଟ୍ ଭାଗବଣ୍ଟା ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବାକୁ ଥିବାବେଳେ ମମତା ଏଥିରେ ଯୋଗ ଦେଇନାହାନ୍ତି । ତେବେ ପଶ୍ଚିମବଙ୍ଗରେ କଂଗ୍ରେସ ଓ ଟିଏମସି ମଧ୍ୟରେ ଆସନ ବୁଝାମଣା ନେଇ ବିବାଦ ଯୋଗୁଁ ସେ ବୈଠକରେ ସାମିଲ ହୋଇନଥିବା ଚର୍ଚ୍ଚା ହେଉଛି ।

 

 

Leave A Reply

Your email address will not be published.