Latest Odisha News

BREAKING NEWS

ନୂଆବର୍ଷ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର…

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଆସିବ ନୂଆବର୍ଷ। ନୂଆବର୍ଷ କୁ ସ୍ୱାଗତ କରିବା ପାଇଁ ସବୁଆଡେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଜଗନ୍ନାଥ ଧାମ ପୁରୀ ମଧ୍ୟ ନୂଆବର୍ଷ ନିମନ୍ତେ ହୋଇ ଉଠିଛି ଚଳଚଞ୍ଚଳ ।

ନୂଆ ବର୍ଷକୁ ସ୍ୱାଗତ କରିବା ସହ ପୂରାତନ ବର୍ଷକୁ ବିଦାୟ ଦେବା ନିମନ୍ତେ ଶ୍ରୀକ୍ଷେତ୍ର ଧାମ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି।

ପୁରୀରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣ ତଥା ଅନ୍ୟାନ୍ୟ ରାଜ୍ୟର ପର୍ଯ୍ୟଟକ ମାନଙ୍କର ସମାଗମ ବୃଦ୍ଧି ପାଇଛି ।

ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଠ କରିବା ପାଇଁ ବେଳାଭୂମୀ ତଥା ସହରର ବିଭିନ୍ନ ଅଚଂଳରେ ଥିବା ହୋଟେଲ୍ ଗୁଡିକୁ ରଙ୍ଗବେରଙ୍ଗ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଛି। ରଙ୍ଗୀନ ଆଲୋକମାଳାରେ ବେଳାଭୂମୀ ଝଲସୀ ଉଠିଛି।

ସହରରେ ଥିବା ବିଭିନ୍ନ ହୋଟେଲ୍ ଲଜିଂ, ହଲିଡେ ହୋମ୍ ଓ ଧର୍ମଶାଳା ଗୁଡିକରେ ବୁକିଂ ପ୍ରାୟତଃ ଶେଷ ହୋଇ ସାରିଛି ।

ପର୍ଯ୍ୟଟକ ମାନଙ୍କୁ ସୁରକ୍ଷା ଦେବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି। ପର୍ଯ୍ୟଟକ ଓ ତୀର୍ଥ ଯାତ୍ରୀ ମାନେ ଯେପରି ସମୁଦ୍ରରେ ନିରାପଦ ସ୍ନାନ କରିପାରିବେ ସେଥି ନିମନ୍ତେ ଲାଇଫ୍ ଗାର୍ଡ ମୁତୟନ କରାଯିବା ସହ ପୋଲିସ୍ ଓ ଅଗ୍ନିସେବା ବିଭାଗକୁ ମଧ୍ୟ ସଜାଗ ରଖାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.