Latest Odisha News

ରାଜଧାନୀରେ ନୂଆଁଖାଇ ଭେଟଘାଟ୍‌

ରାଜଧାନୀରେ ନୂଆଁଖାଇ ଭେଟଘାଟ୍‌

ଭୁବନେଶ୍ୱର : ନୂଆଁଖାଇ ପରିବାର ଓ ଶିବାଂଶୀ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ‘ନୂଆଁଖାଇ ଭେଟଘାଟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଳା,ସଂସ୍କୃତି, କ୍ରୀଡ଼ା, ସମାଜସେବା ଓ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଶ୍ଚିମ ଓଡ଼ିଶାର ‘ନୂଆଁଖାଇ ସମ୍ମାନ-୨୦୨୨’ରେ ସମ୍ବର୍ଦ୍ଧିତ କରାଯାଇଛି । ଏହା ସହ ସୋନପୁରର ପଏଁରୀ ଅନୁଷ୍ଠାନ, କଳାହାଣ୍ଡିର ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ, ବଲାଙ୍ଗିରର ନବୀନ କୁଅଁର ଆର ସାଥୀ, ମା’ ସମଲେଶ୍ୱରୀ ଲୋକ ସଂସ୍କୃତି ଗବେଷଣା କେନ୍ଦ୍ର, ବଲାଙ୍ଗିରର ଦୁଲଦୁଲି କଳା ପରିଷଦ, ସମ୍ବଲପୁରର ଟ୍ରାଇବାଲ ଆଣ୍ଡ ଫୋକ୍ ଆର୍ଟ ସେଣ୍ଟରକୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଛି ।

ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ରାଜ୍ୟ ପଞ୍ଚାୟତିରାଜ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ଉଦଘାଟନ କରିଥିଲେ। ଖାଦ୍ୟଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ସରକାରୀ . ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତଙ୍କ ସମେତ ଭୁବନେଶ୍ୱର ମେୟର ସୁଲୋଚନା ଦାସ, କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ପ୍ରମୁଖ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ ।

ଶେଷ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତ ବ୍ୟକ୍ତି ଓ କଳାକାରଙ୍କୁ ଧନ୍ୟବାଦ ଜଣାଇଥିବାବେଳେ ସିନେ ପ୍ରଯୋଜକ ସବ୍ୟସାଚୀ ମହାପାତ୍ର, ମହେନ୍ଦ୍ର ବଢ଼େଇ, ପୁରିନ୍ଦର ନନ୍ଦ, ସମାଜସେବୀ ପ୍ରବୋଧ ରଥ, ସୁନୀତା ବିଶ୍ୱାଳ, ମନୋଜ ଲାଠ୍ , ନିଶାନ୍ତ ଦୀକ୍ଷିତ, ପ୍ରଶାନ୍ତ କୁମାର ପଣ୍ଡା, ଆଶୀଷ ମିଶ୍ର, ସୁଭାଶୀଷ ମିଶ୍ର, ସଞ୍ଜୟ, ସୁଜିତ କୁମାର କରଣ ସମେତ ନୂଆଁଖାଇ ପରିବାରର ସଦସ୍ୟମାନେ ସହଯୋଗ କରିଥିଲେ । ପଲ୍ଲବୀ ହୋତା ଓ ପ୍ରଦ୍ୟୁମ୍ନ ସାହୁ ମଞ୍ଚ ପରିଚାଳନା କରିଥିଲେ । ଶିବାଂଶୀ ଫାଉଣ୍ଡେସନର ଆବାହକ ଇପସିତା, ସୁପ୍ରୀତି ଓ ଅନ୍ୟମାନେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.