Latest Odisha News

ନୂଆଁଖାଇ: ବରଗଡ଼ ଗ୍ରାମ୍ୟଦେବୀ ମା’ ସମଲେଶ୍ୱରୀଙ୍କ ପାଇଁ ଧାର୍ଯ୍ୟ ହେଲା ଶୁଭ ଲଗ୍ନ

ବରଗଡ଼: ବରଗଡ଼ ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀ ମନ୍ଦିରରେ ନିର୍ଧାରିତ ହେଲା ଚଳିତ ବର୍ଷର ନବାନ୍ନ ଭକ୍ଷଣର ଲଗ୍ନ । ସମଲେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ରବିବାର ସନ୍ଧ୍ୟା ସମୟରେ ବିଜ୍ଞ ପଣ୍ଡିତ ମାନଙ୍କ ଦ୍ୱାରା ନୂଆଖାଇ ଲଗ୍ନ ଧର୍ଯ୍ୟ କରାଯାଇଛି l ତେବେ ମଆ ସମଲେଶ୍ୱରୀ ମନ୍ଦିର କମିଟି, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଓ ଗଣ୍ୟମାନ୍ୟ ବ୍ୟକ୍ତି ମାନଙ୍କ ଉପସ୍ଥିତିରେ ଚଳିତ ବର୍ଷ ପାଇଁ ନବାନ୍ନ ଭକ୍ଷଣର ଲଗ୍ନ ଓ ସମୟ ନିରୂପଣ କରାଯାଇଛି ।

ବରଗଡ଼ ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କର ଏକ ନିଆରା ପରମ୍ପରା ରହିଛି ମାଆ ଙ୍କୁ ନିଶର୍ଧେ ନବାନ୍ନ ଲାଗିବ । ପରେ ଆସନ୍ତା ଭାଦ୍ରବ ଶୁଳ୍କପକ୍ଷ ପଞ୍ଚମୀ ସିଂହ ୧୨ ଦିନ ଅଗଷ୍ଟ ୨୮ ତାରିଖ ଗୁରୁବାର ଦିନ ବିଶୁଦ୍ଧ ତୁଳା ଲଗ୍ନେ ତୁଳଚଦ୍ରେ ସ୍ଵାତି ନକ୍ଷତ୍ରେ ଶୁଳ୍କ ଯୋଗେ ମୀନ ନବାଂଶେ ପୂର୍ବାହ୍ନ ୧୦ଟା ୨୩ ମିନଟରୁ ୧୦ଟା ୩୭ ମିନିଟ୍ ସମୟ ମଧ୍ୟରେ ସର୍ବସାଧାରଣ ମାନେ ନିଜନିଜ ଇଷ୍ଟଦେବୀ ଓ କୁଳଦେବୀଙ୍କୁ ନବାନ୍ନ ଅର୍ପଣ କରିପାରିବେ । ପରେ ନିଜେ ନିଜ ପରିବାର ସହିତ ମିଶି ନବାନ୍ନ ଭକ୍ଷଣ କରିପାରିବେ ବୋଲି ଲଗ୍ନ ନିର୍ଧାରିତ କରି ମତ ରଖିଛନ୍ତି ମୁଖ୍ୟ ପୁରୋଧା ପଣ୍ଡିତ ଚୂଡ଼ାମଣୀ ରଥ ।

Comments are closed.