Latest Odisha News

BREAKING NEWS

[ଭାଇରାଲ୍ ଭିଡିଓ] ହିନ୍ଦୁ ମନ୍ଦିରକୁ ରକ୍ଷା କଲେ ମୁସଲମାନ ସମ୍ପ୍ରଦାୟ !

ବେଙ୍ଗାଳୁରୁ: ଭାରତରେ ହିନ୍ଦୁ ମୁସଲମାନ ଦଙ୍ଗା କାହିଁ କେଉଁ କାଳରୁ ଚାଲିଆସିଛି । କେତେବେଳେ ରାଜନୀତିକୁ ନେଇ ତ କେତେବେଳେ କିଛି ସ୍ୱାର୍ଥୀ ଲୋକଙ୍କ ମାନସିକତା ପାଇଁ ବଳିପଡିଛି ଭାଇଚାରା । ହେଲେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହୋଇଛି ଯାହା ହିନ୍ଦୁ ଓ ମୁସଲମାନଙ୍କ ଭାଇଚାରାର ଜ୍ୱଳନ୍ତ ଉଦାହରଣ ଦେଇଛି ।

ମଙ୍ଗଳବାର ରାତିରେ ବେଙ୍ଗାଳୁରୁର ଡିଜେ ହାଲି ପୋଲିସ ଥାନା ଅଂଚଳରେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଘଟିଥିଲା ଅତର୍କିତ ସଂଘର୍ଷ । କାରଣ ସାଜିଥିଲା ଏକ ଫେସ୍‌ବୁକ ପୋଷ୍ଟ । ଜଣେ ରାଜନୈତିକ ବ୍ୟକ୍ତିଙ୍କ ସଂପର୍କୀୟ ପ୍ରଫେଟ୍ ମହମ୍ମଦଙ୍କୁ ନେଇ ଏକ ବିବାଦୀୟ ପୋଷ୍ଟ ଶେୟାର କରିବା ପରେ ଇସଲାମଧର୍ମୀଙ୍କ ମନରେ କୁହୁଳିଥିଲା କ୍ରୋଧର ଜ୍ୱାଳା ।

ଗୋଷ୍ଠୀ ସଂଘର୍ଷରେ ୩ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୫୦ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ୧୪୪ ଧାରା ଲାଗୁ ହୋଇଥିଲାବେଳେ ଏକ ମନ୍ଦିର ଗଣ୍ଡୋଗଳ ପରିସରକୁ ଚାଲିଆସିଥିଲା । ତେବେ ମନ୍ଦିର କି ମସଜିଦ ନ ଭାବି କିଛି ମୁସଲମାନ ଯୁବକ ହ୍ୟୁମାନ୍ ଚେନ ଜରିଆରେ ମନ୍ଦିରକୁ ସୁରକ୍ଷା ଦେବା ଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।

Leave A Reply

Your email address will not be published.