ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର ପ୍ରସାର। ଏହାରି ଭିତରେ ଉପନିର୍ବାଚନ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଆର୍.ଏସ୍. ଗୋପାଳନ୍ । ସିଇଓ ଅତିରିକ୍ତ ଡିଜିପି ସଞ୍ଜୟ କୁମାରଙ୍କ ସହ ଗସ୍ତ କରି ତିନିଟି ପର୍ଯ୍ୟାୟରେ ବୈଠକ କରିଥିଲେ। ଏହି ଅବସରରେ ସୂଚନା ଦେଇଛନ୍ତି ଯେ ନୂଆପଡ଼ାରେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ହୋଇଛି। ସବୁକିଛି ଠିକ୍ ଠାକ୍ ଚାଲିଛି। ଆଚରଣବିଧି ଉଲ୍ଲଙ୍ଘନ ନେଇ କିଛି ଅଭିଯୋଗ ଆସିଛି। ଯାହାର ଅନୁଧ୍ୟାନ ଚାଲିଛି।
ଚଳିତ ଉପନିର୍ବାଚନରେ ନୂଆପଡ଼ାରେ ୩୫୦ ବୁଥ୍ ହେବ। ଏଥିରୁ ନୂଆ କରି ହୋଇଛି ୫୬ ବୁଥ୍ । ୬ଟି ପିଙ୍କ୍ ବୁଥ୍ ହୋଇଛି। ପିଙ୍କ୍ ବୁଥ୍ଗୁଡ଼ିକୁ ମହିଳା ପୋଲିଂ ଅଫିସର ପରିଚାଳନା କରିବେ। ଓଡ଼ିଶାରେ ମଧ୍ୟ ଏସଆଇଆର୍ ହେବ। ମ୍ୟାପିଂ ଆରମ୍ଭ ହୋଇଯାଇଛି ବୋଲି ସିଇଓ କହିଛନ୍ତି।
ଅନ୍ୟପଟେ ନୂଆପଡ଼ା ଉପନିର୍ବାଚନ ସମୟରେ ସରକାରୀ ଦଳ ନିର୍ବାଚନ ଆଚରଣ ବିଧି ଉଲଂଘନ କରୁଥିବା ଅଭିଯୋଗ ଆଣିଛି କଂଗ୍ରେସ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦଳୀୟ କାର୍ଯ୍ୟକ୍ରମରେ ନୂଆପଡ଼ା ଗସ୍ତ କରିବା ଏବଂ ଏହି କାର୍ଯ୍ୟକ୍ରମକୁ ଗଣମାଧ୍ୟମରେ ପ୍ରସାରଣ କରିବା ପାଇଁ ତାଙ୍କ ସରକାରୀ ସୂଚନା ଅଧିକାରୀ ସେୟାର କରିଥିବା ଅଭିଯୋଗ କରିଛି କଂଗ୍ରେସ। ଦଳ ଆହୁରି ଅଭିଯୋଗ କରିଛି ଯେ, ସେଠି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଶକ୍ତି ସମାରୋହ କାର୍ଯ୍ୟକ୍ରମ କରିଛନ୍ତି। ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ ଦାବି କରିଛି।
Comments are closed.