ନୂଆପଡ଼ା: ନୂଆପଡା ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ। ସେପଟେ ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ମୋଟ୍ ୧୯ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ନାମାଙ୍କନପତ୍ର ନାକଚ ହୋଇଛି ।
ବହୁଜନ ସମାଜ ପାର୍ଟିର ରାଜାରାମ ସାହୁ, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ସୀତାରାମ ବେହେରାଙ୍କ ସହ ୩ ଜଣ ସ୍ବାଧୀନ ପ୍ରାର୍ଥୀ ପୁରୁଷୋତ୍ତମ ବେହେରା, କମଳ ଛତ୍ରିଆ ଏବଂ ଭୁଜବଳ ଆଡ଼ବଙ୍ଗାଙ୍କ ପ୍ରାର୍ଥିତ୍ବ ନାକଚ ହୋଇଛି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ବିଜେଡିର ସ୍ନେହାଙ୍ଗିନୀ ଛୁରିଆ, କଂଗ୍ରେସର ଘାସିରାମ ମାଝୀ, ସମାଜବାଦୀ ପାର୍ଟିର ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟିର ହେମନ୍ତ ତାଣ୍ଡି, ଓଡ଼ିଶା ଜନତା ଦଳର ଶୁକଧର ଦଣ୍ଡସେନାଙ୍କ ସହ ୮ ଜଣ ସ୍ବାଧୀନ ପ୍ରାର୍ଥୀଙ୍କ ନାମାଙ୍କନପତ୍ର କାଏମ୍ ରହିଛି ।
ଅନ୍ୟପଟେ ନୂଆପଡ଼ାରେ ଜମୁଛି ପ୍ରଚାର। ତିନିଦଳ ମତଦାତାଙ୍କୁ ନିଜ ନିଜ ସପକ୍ଷରେ କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି । ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ଭୋଟରଙ୍କୁ ନିଜଆଡ଼କୁ ଆକର୍ଷଣ କରିବା ପାଇଁ ଜୋରଦାର ପ୍ରୟାସ କରୁଛନ୍ତି । ବିରୋଧୀ ସରକାରଙ୍କ ମିଛ ପ୍ରତିଶ୍ରୁତି, ଅପାରଗତା ବାବଦରେ ଲୋକଙ୍କୁ ଜଣାଇବା ସହ ରାଜ୍ୟରେ ମହିଳା କିପରି ନିର୍ଯାତିତ ହେଉଛନ୍ତି ସେହି ପ୍ରସଙ୍ଗ ଉଠାଇ ଲୋକଙ୍କ ନିକଟତର ହେଉଥିବା ବେଳେ ଶାସକ ଦଳ ବି ପ୍ରଚାର ମଇଦାନରେ ପଛରେ ପଡ଼ିନି । ଭିନ୍ନ ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଟାର୍ଗେଟ୍ କରୁଛି ଶାସକ ଦଳ ।
Comments are closed.