Latest Odisha News

BREAKING NEWS

କରୋନା ମୁକ୍ତ ହେଲା ନୂଆପଡ଼ା ଜିଲ୍ଲା

ଭୁବନେଶ୍ୱର: କରୋନା ମୁକ୍ତ ନୂଆପଡ଼ା ଜିଲ୍ଲା । ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ଜିଲ୍ଲାରୁ ଚିକିତ୍ସାଧୀନ ଥିବା ସମସ୍ତ ୧୮ ଭୂତାଣୁ ସଂକ୍ରମିତ ସୁସ୍ଥ ହୋଇଥିଲେ । ଏହାସହ ରାଜ୍ୟର ଏକମାତ୍ର ଜିଲ୍ଲା ଭାବରେ ନୂଆପଡ଼ା କରୋନା ମୁକ୍ତ ହୋଇଛି । ବାକି ୨୯ ଜିଲ୍ଲାରେ ରହିଛି କରୋନା ଆକ୍ଟିଭ କେସ ।
ନୂଆପଡ଼ା ଜିଲ୍ଲାରେ ମୋଟ୍ ଶହେ ଜଣେ ଭୂତାଣୁ ସଂକ୍ରମିତ ହୋଇଥିଲେ । ମେ ୨୩ ତାରିଖରେ ଜିଲ୍ଲାରୁ ଚିହ୍ନଟ ହୋଇଥିଲେ ପ୍ରଥମ କରୋନା ଆକ୍ରାନ୍ତ । ପାଖାପାଖି ଦୁଇ ମାସ ଭିତରେ ବାହାରିଥିଲା ଶହେଟି ପଜିଟିଭ୍ କେସ୍ । ଜୁଲାଇ ୧୫ ତାରିଖରେ ଶେଷ ଥର ନୂଆପଡ଼ା ଜିଲ୍ଲାରୁ ୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ।
Leave A Reply

Your email address will not be published.